ପୂଜା ପାଇଲେ ବିନାୟକ

ବିଘ୍ନ ବିନାଶକ ପ୍ରଭୁ ବିନାୟକ ସବୁଠି ପୂଜା ପାଇଛନ୍ତି ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ କ୍ଲବ ଓ ଅନୁଷ୍ଠାନ ଗୁଡିକ ରେ ଏହି ପୂଜା ଧୂମଧାମ ରେ ପାଳନ କରାଯାଇଛି ଗଣେଶ ଙ୍କ ପୂଜାର୍ଚ୍ଚନା ପାଇଁ ଆଜି ସହର ଚଳଚଞ୍ଚଳ ,ବିଶେଷ କରି ଭଦ୍ରକ କଲେଜ ରୋଡ ଅତ୍ୟଧିକ ଗହଳି ଲାଗି ରହି ଥିଲା ଏହି ଅଞ୍ଚଳରେ ଥିବା ୨୫୦ ରୁ ଅଧିକ ମେସ ସମେତ ହଷ୍ଟେଲ ଓ ଭଦ୍ରକ କଲେଜ ର ବିଭିନ୍ନ ବିଭାଗର ଗଣପତି ଙ୍କୁ ବନ୍ଦାପନା କରାଯାଇଥିଲା ସକାଳ ପାଗ ଅନୁକୂଳ ରହିଥିବା ବେଳେ ଅପରାହ୍ନ ୨ ଟା ବେଳେ ବର୍ଷା ହୋଇଥିଲା କିଛି ସମୟ ପାଇଁ ଛାତ୍ର ଛାତ୍ରୀଙ୍କ ମଧ୍ଯ ରେ ଉତ୍ସାହ ମଳିନ ପଡିଥିଲା ଘଣ୍ଟାଏ ପରେ ପାଗ ପରିବର୍ତ୍ତନ ହୋଇଥିଲା ବିଭିନ୍ନ ମେସ ର ଛାତ୍ର ଛାତ୍ରୀ ପୂଜା ର ମଜା ନେଇଥିଲେ ସଂନ୍ଧ୍ଯା ବେଳେ ଅଧିକ ଗହଳି ଜମିଥିଲା ଭଦ୍ରକ, ସେହି ଭଳି ଆଜି ଭଦ୍ରକ ରେ ଗଜାନନ ଙ୍କ ଆରାଧନା ପାଳିତ ହୋଇଯାଇଛି ଆଜି ଗଜାନନ ଙ୍କ ଆରାଧନା ପାଳିତ ହୋଇଯାଇଛି, ଭଦ୍ରକ ସହର ର ପ୍ରସିଦ୍ଧ ବାବା ବୁଢ଼ାଗଣେଶ, ଟୋକା ଗଣେଶ, ପିଲା ଗଣେଶ, ଛୁଆ ଗଣେଶ, ବାଲ ଗଣେଶ ପାଇଁ ଭଦ୍ରକ ଚଳଚଞ୍ଚଳ ବାବା ବୁଢା ଗଣେଶ, ଟୋକା ଗଣେଶ, ପିଲା ଗଣେଶ, ଏକ ମାସ ଧରି ପୂଜା ପାଇଥାଆନ୍ତି,ଏହା ବହୁ ପୁରାତନ ଧର୍ମ ଅନୁଷ୍ଠାନ ଭଦ୍ରକ ର ଐତିହପର୍ବ, ଆଜି ଦିନ ୧୧ ଘଟିକା ସମୟ ରେ କଳସ ଶୋଭାଯାତ୍ରା ପାଳିତ ହୋଇଛି ବିଧି ଅନୁଯାୟୀ ସାଳନ୍ଦୀ ନଦୀ ରୁ କଳସ ରେ ପାଣି ଅଣାଯାଇ ପୂଜା ଅର୍ଚନା କରାଯାଇଥିଲା, ଭୋଗ ଫଳ ବଣ୍ଟନ ପ୍ରସାଦ ସେବନ ପ୍ରତି ଦିନ କରାଯାଇ ଏକ ମାସ ପଯ୍ୟନ୍ତ ପାଳନ କରାଯାଏ ବାବା ବୁଢ଼ାଗଣେଶ କମିଟିର ସଭାପତି ମଙ୍ଗରାଜ ସାହୁ ଉପ ସଭାପତି କାଳିଆ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥାନ୍ତି, ଟୋକା ଗଣେଶ ର ସଭାପତି ହରିପ୍ରସାଦ ନନ୍ଦୀ , ମଣ୍ଟୁ ଦତ୍ତ ଉପସ୍ଥିତ ଥିଲେ ଏହା ପ୍ରତି ଦିନ ଗ୍ରାମ ଲୋକ ଦ୍ବାରା ଭୋଗ ପ୍ରଦାନ କରିଥାଆନ୍ତି,ଆଜି ସଂଧ୍ଯା ସମୟ ରେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଏବଂ ବିଜେପି ବିଧାୟକ ପ୍ରଦୀପ କୁମାର ନାୟକ,ସଂଗଠନ ର ସଭାପତି ଶିତାଂଶୁଶେଖରମହାପାତ୍ର ଏବଂ ବହୁ ରାଜନେତା ଉପସ୍ଥିତ,ରହି ଆଳତି ଦର୍ଶନ କରିଥିଲେ ଭଦ୍ରକ ଏକ ଭାଇଚାରା ସହର ସବୁ ଧର୍ମ ର ଲୋକ ମିଳି ମିଶି କାର୍ଯ୍ୟା କରିଥାଆନ୍ତି

Leave a Reply

Your email address will not be published. Required fields are marked *