ଧାମନଗର:ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସରେଇ ଚୁଡ଼ାକୁଟି ପଞ୍ଚାୟତ ଅଧୀନରେ ଥିବା ବିଦ୍ୟାଧରପୁର ଗ୍ରାମର କିଶୋର ପୋଇ (ଭୋଳା) ଗତକାଲି ରେବ ନଦୀରେ ଭାସି ଯାଇ ନିଖୋଜ ହୋଇ ଯାଇଥିଲେ.ଏହା ଦେଖିସ୍ଥାନୀୟ ଲୋକମାନେ ନଦୀରେ ଖୋଜାଖୋଜି କରିବା ସହିତ ଧାମନଗର ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ.ଘଟଣାର ଖବର ପାଇ ଘଟଣା ସ୍ଥଳରେ ଧାମନଗର ଦମକଳ ବାହିନୀ ପହଞ୍ଚି ଦୁଇଘଣ୍ଟା ପାଖାପାଖି ଖୋଜାଖୋଜି କରିଥିଲେ ମଧ୍ୟ ଭୋଳା ଙ୍କର କୌଣସି ସନ୍ଧାନ ମିଳି ନ ଥିଲା. ପୁଣି ଆଜି ଧାମନଗର ଅଗ୍ନିଶମ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ଖୋଜାଖୋଜି କରିବା ପରେ ଭୋଳା ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି. ଏହି ଘଟଣା ରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି.

Leave a Reply

Your email address will not be published. Required fields are marked *