ପଦ୍ମଶ୍ରୀ ବାବା ବଳିଆଙ୍କ ଅନୁଭୂତିରେ ଶ୍ରୀ ଜଗନ୍ନାଥ ପ୍ରବଚନ କାର୍ଯ୍ୟକ୍ରମ

ପବିତ୍ର ପିତୃପକ୍ଷ ଅବସରରେ ଆସନ୍ତା ଅକ୍ଟୋବର ୨ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ବେଳାଭୂମି ସ୍ଥିତ ହୋଟେଲ ରୁମାନୀଠାରେ ଅନୁଭୂତିରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ବାବା ବଳିଆ ପ୍ରବଚନ ପ୍ରଦାନ କରିବେ । ଆ୍ଜି ସ୍ଥାନୀୟ ଭକ୍ତ ସାଲବେଗ ପୀଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଶ୍ରୀରାମ ସୁନ୍ଦର କାଣ୍ଡ ଚାରି ଟେବୁଲ ଟ୍ରଷ୍ଟ,ଗୋବିନ୍ଦ ଗୋଧାମ ଗୋଶାଳା ପୁରୀ ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କବି କସ୍ତୁରୀ ଦିଲ୍ଲୀପ ଶ୍ରୀ ଚନ୍ଦନ,ଆଶୀର୍ବାଦ ମହାରାଜ ସାମ୍ବାଦିକମାନଙ୍କୁ ସୂଚନା ଦେଇ ପିତୃପକ୍ଷରେ ଶ୍ରୀ ଜଗନ୍ନାଥ ଧାମରେ ଶ୍ରୀ ଶ୍ରୀ ଜଗନ୍ନାଥ ସପ୍ତାହ କାର୍ଯ୍ୟସୂଚୀ ସଂପର୍କରେ ବିଷଦ ସୂଚନା କରିଥିଲେ । ଆସନ୍ତା ତା ୨ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଭିନ୍ନ ଦିବସରେ ପ୍ରତ୍ୟହ ସୂର୍ଯ୍ୟପୂଜା,ଗୋମାତା ପୂଜା,ଶ୍ରୀ ଗୁରୁ ପୂଜା,ମହୋଦଧି ଆଳତୀ,ପିତୃପୁରୁଷଙ୍କୁ ତର୍ପଣ,ଅଖଣ୍ଡ ଜୟଗୁରୁ କୀର୍ତନ ଏବଂ ଘୃତଯଜ୍ଞ ଅନୁଷ୍ଠିତ ହେବ । ପିତୃପକ୍ଷରେ ପିତୃଶ୍ରାଦ୍ଧର ମହତ୍ୱ ଏବଂ ଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମହାତ୍ମ୍ୟ ସଂପର୍କରେ ଗୁରୁଦେବ ବାବା ବଳିଆ ଉଦ୍ବୋଧନ ଦେବେ । ଏହି ସାମ୍ବାଦିକ ସମ୍ମିଳନୀରେ ମୃତ୍ୟୁଞୟ ଦକ୍ଷିଣରାୟ ଏବଂ ରୁତୁ ରଂଜନ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।