ବିକାଶ ଧାରାରେ ଆଉପାଦେ ଆଗକୁ ଆଗେଇଛି ଦଶପଲ୍ଲା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ରାଶିପ୍ରଦାନ ଏବଂ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱ ଦ୍ଵାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ ଧାରାରେ ଆଉପାଦେ ଯୋଡ଼ି ହୋଇଛି ୩୩/୧୧ କେଭି ଇଲେକ୍ଟ୍ରି ସବଷ୍ଟେସନ । ସୂଚନା ଅନୁସାରେ ଆଦିବାସୀ ବହୁଳ ଅଞ୍ଚଳ ଦଶପଲ୍ଲା ବ୍ଲକ ସ୍ଥିତ କୁଲୁରୁକୁମ୍ପା ପଞ୍ଚାୟତରେ ଦୀର୍ଘଦିନ ହେବ ବିଜୁଳି ସମସ୍ୟା ହେବା ସହିତ ଅନେକ ସମସ୍ୟା ଉପୁଜୁଥିଲା ।ଏହି ସବୁ ସମସ୍ୟା କୁ ଦୃଷ୍ଟିରେରଖି ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଦିବାସୀ ବହୁଳ କୁଲୁରୁକୁମ୍ପା ପଞ୍ଚାୟତରେ ୩୩/୧୧ କେଭିର ସବ୍ ଷ୍ଟେସନ କରିବା ପାଇଁ ଅର୍ଥମଞ୍ଜୁର କରିଥିଲେ ।ତେବେ ଆଜି ଦଶପଲ୍ଲା ବିଧାୟକ ରମେଶ ବେହେରା ଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଯୋଗଦେଇଥିଲେ । ଅନ୍ୟପକ୍ଷରେ ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ ଆନୁଷ୍ଠାନିକ ଭାବରେ କୁଲୁରୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ତାକୁଡ଼ାଠାରେ ନିର୍ମାଣ ହୋଇଥିବା ୩୩/୧୧ କେଭି ସବଷ୍ଟେସନ କୁ ଉଦ୍ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବ୍ଲକ ବିଜେଡ଼ି ସଭାପତି ସୁଦାମ ଚରଣ ନାୟକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବସନ୍ତ କୁମାର୍ ସାହୁ ,ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୩ ଗୋଟି ବ୍ଲକର ଅଧ୍ୟକ୍ଷା ,ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନୀ, ବସନ୍ତ କୁମାର ପ୍ରଧାନ ଙ୍କ ସମେତ ବହୁ ନେତୃମଣ୍ଡଳୀ ଯୋଗଦେଇଥିବା ଜଣାପଡ଼ିଛି। ଆଜି ଏହି ସବଷ୍ଟେସନ ଟି ଶୁଭଉଦ୍ଘାଟନ ହୋଇଥିବା ବେଳେ ଅଞ୍ଚଳବାସୀ ବହୁ ଖୁସି ହୋଇଥିଲେ ।କାରଣ ଏହି ସବଷ୍ଟେସନଟି ଚାଲୁହେବା ପରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୭ ଗୋଟି ପଞ୍ଚାୟତର ପ୍ରାୟ ଶତାଧିକ ଗ୍ରାମର ଗ୍ରାମବାସୀ ଉପକୃତହେବା ସହ ଲୋ – ଭୋଲ୍ଟେଜ, ବାରମ୍ବାର ବିଦ୍ୟୁତ୍ କାଟ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ରହିବନାହିଁ ମତବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ । ତା ସହ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିକାଶରେ ଦିନକୁ ଦିନ ଆଗକୁ ଆଗେଇଚାଲିଥିବା କହି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କୁ ଭୂୟସି ପ୍ରଶଂସା କରିବା ସହ ଧନ୍ୟବାଦ୍ ଜଣାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *