ଜାଗୃତି କ୍ଳବ୍ ଦ୍ଵାରା ପଞ୍ଚମ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ

ବନ୍ତ ବ୍ଲକ ଅନ୍ତର୍ଗତ ବାଙ୍ଗରପଦି ଗ୍ରାମରେ ଜାଗୃତି କ୍ଳବ୍ ଦ୍ଵାରା ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି ଗଣେଶ ପୂଜା । ଏଥି ସହ ୨ୟ ଦିନରେ ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି,ଏହି କାର୍ଯ୍ୟକ୍ରମରେ ୧୮ ଗୋଟି ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧକ୍ଷ ମନୋରଂଜନ ଘଡ଼େଇ, ବନ୍ତ ବ୍ଲକ ବିଡିଓ ପ୍ରଦୀପ ସେଠୀ,ବନ୍ତ ପଞ୍ଚାୟତ ସମିତି ସଭ୍ୟ ପରମେଶ୍ବର ବାରିକ୍ । ଏହି ସଭାକୁ ସଭାପତିତ୍ବ କରିଥିଲେ ଅଜୟ ପୃଷ୍ଟି । ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥିମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଏହି ପ୍ରତିଯୋଗିତାରେ ୬ ଗୋଟି ବିଭାଗ ହୋଇଥିଲା, ଯଥା – ଗୀତ,ନାଚ,କୁଇଜ୍,ରଚନା, ବକ୍ତୃତା, ଚିତ୍ରାଙ୍କନ ହୋଇଯାଇଛି । ଏହି ପ୍ରତିଯୋଗିତାରେ କୃତିତ୍ୱ ହୋଇଥିବା ପ୍ରଥମ,ଦ୍ୱିତୀୟ,ତୃତୀୟ ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
ଏମିତି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ର ଓ ଛାତ୍ରୀ ମାନଙ୍କର ପ୍ରତିଯୋଗିତା ପ୍ରତି ଉତ୍ସାହ ଆଗ୍ରହ ହେବ । ଜାଗୃତି କ୍ଳବ୍ କମିଟିର ସଭାପତି – ଶଶିକାନ୍ତ ସାହୁ,ସମ୍ପାଦକ – ସୌମ୍ୟରଞ୍ଜନ ମିଶ୍ର ଓ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।