ବଡଖାନା ଏବଂ ପରିମଳ କର୍ମଚାରୀ ମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର

ଆଜି ସୁନାବେଡା ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ବଡଖାନା ଏବଂ ପରିମଳ କର୍ମଚାରୀ ମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଅଛି. ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁରାମ ପଡାଲା ଯୋଗଦେଇ ପରିମଳ କର୍ମଚାରୀ ମାନଙ୍କର ଯୋଗଦାନ କୁ ପ୍ରଶଂସା କରିଥିଲେ. ଅନ୍ୟତମ ଅତିଥି ଡ଼. ରାଜେନ୍ଦ୍ର କୁମାର ପାତ୍ର ଯୋଗଦେଇ କହିଥିଲେ ଆଜି ଏକ ସଙ୍ଗରେ ବଡଖାନା ଏବଂ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଉଥିବାରୁ ସ୍ୱାଗତ କରିଥିଲେ. ନିର୍ବାହୀ ଅଧିକାରୀ ଶ୍ରୀ ନାରାୟଣ ନାୟକ ଏହା ଦ୍ୱାରା ପରିମଳ କର୍ମଚାରୀ ମାନେ ବିଶେଷ ଲାଭବାନ ହେବେ ଏବଂ ଏହି ପରିଷଦ ସର୍ବଦା କର୍ମଚାରୀ ମାନଙ୍କର ଅଧିକାର ଉପରେ ବିଶେଷ ଧ୍ୟାନ ଦେଇଥାଏ. ପାରିଷଦ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପଟ୍ଟନାୟକ, ମିନତୀ ମିଶ୍ର, ଶ୍ରୀ ରବୀନ୍ଦ୍ର ପ୍ରଧାନ ଏବଂ ମନୋଜେ ସୁନା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ. ଏହି ଅବସରେ 20 ଜଣ ପରିମଳ କର୍ମ ଚାରୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ଵଛ ସାଥି , ସ୍ଵଚ୍ଚ କର୍ମୀ, ସ୍ଵଚ୍ଚ ସୁପର ଭାଇଜର, bov ଡ୍ରାଇଭର, mcc, SETP ଏବଂ ପରିଷଦର ସମସ୍ତ କର୍ମଚାରୀ ଯୋଗଦେଇଥିଲେ. ଉପନଗରପାଳ ଶ୍ରୀମତି ରିତୁ କଣ୍ଟା ଧନ୍ୟବାଦ ଅର୍ପଣ କରିଥିଲେ. ଏହି କାର୍ଯ୍ୟକ୍ରମକୁ ଶ୍ରୀ ହାଡିବନ୍ଧୁ ରାଉଲ ଏବଂ ଶ୍ରୀ ଲକ୍ଷ୍ମୀଧର ମହାପାତ୍ର ପରିଚାଳନା କରିଥିଲେ.
ରିପୋର୍ଟ : ସୁବାସ ଚନ୍ଦ୍ର ନାହାକ, କୋରାପୁଟ
