ବ୍ୟବସାୟିକ ପ୍ରତିଷ୍ଠାନ ଉପରେ GST ବିଭାଗର ଚଢାଉ। କଟକର ଏକ ୭ଜଣିଆ ଟିମ ଆଜି କାମାକ୍ଷାନଗର ସ୍ଥିତ ଓଝା ଟ୍ରେଡର୍ସ ନାମକ ଏକ ସିମେଣ୍ଟ,ରଡ ଦୋକାନ ଉପରେ ଚଢାଉ କରିଛି। GST ଫାଙ୍କି ଥିବାର ହେଡ ଅଫିସକୁ ଏକ କମ୍ଫଲେନ ଯାଇଥିଲା। ସେଇ ଆଧାରରେ ଆଜି କଟକ ଡିଭିଜନର ଟିମ ଆସି ଦୋକାନରେ ଥିବା ସମସ୍ତ ବିଲକୁ ଯାଞ୍ଚ କରିଥିଲେ। ସିମେଣ୍ଟ,ରଡ,ଆଜବେଷ୍ଟ ଭଳି ହେଉଥିବା ସମସ୍ତ ବ୍ୟବସାୟର ବିଲ ଗୁଡିକର ଯାଞ୍ଚ କରିବା ସହ ବିଲ ଗୁଡିକୁ ସାଙ୍ଗରେ ନେଇଛନ୍ତି ଅଧିକାରୀ। ସେଠାରେ ଯାଞ୍ଚ କରିବା ପରେ ପ୍ରକୃତ କେତେ ଟଙ୍କାର GST ଫାଙ୍କିଛନ୍ତି ସେନେଇ ସମସ୍ତ ତଥ୍ୟ ମିଳିପାରିବ ଓ GST ଫାଙ୍କିଥିବା ନେଇ ପ୍ରାଥମିକ ସୂଚନା ମିଳିଛି ବୋଲି କହିଛନ୍ତି ଟିମ ଅଧିକାରୀ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର

Leave a Reply

Your email address will not be published. Required fields are marked *