ଆଶ୍ରମ ସ୍କୁଲରେ ପିତାମାତା ସହଭାଗିତା ବୈଠକ ଅନୁଷ୍ଠିତ

କୋଣାର୍କ :ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ କୋଣାର୍କ ଆଶ୍ରମ ସ୍କୁଲ୍ ପରିସରରେ ଶୁକ୍ରବାର ପିତାମାତା ସହଭାଗିତା ବୈଠକ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଈଛି। ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଭାତ କୁମାର ସିଂ, ବ୍ଲକ ସମ୍ପ୍ରସାରଣ ଅଧିକାରୀ ବିଦୁଭୂଷଣ ବେହେରା, ଗୋପ ବ୍ଲକ ବିଏସଏସଓ ମମତା ଜେନା, ବ୍ଳକ୍ ସହକାରୀ କୃଷି ଅଧିକାରି ଚନ୍ଦ୍ରଶେଖର ଦାଶ, କାଉନସିଲର ସ୍ବପ୍ନା ଗୋଚ୍ଛାୟତ, ପ୍ରଧାନଶିକ୍ଷୟତ୍ରୀ ସୁଲୋଚନା ବେହେରା, ମେଡିକାଲ ଅଫିସର ଅଶ୍ବିନୀ କୁମାର ପ୍ରଧାନ, ସତ୍ୟଭୂଷଣ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷ ପୂର୍ଣ୍ଣଚନ୍ଦ୍ର ମୁରୁଡ଼ି ପ୍ରମୁଖ ଯୋଗ ଦେଇ ବିଭିନ୍ନ ସରକାରୀ ପ୍ରୋତ୍ସାହନ ଓ ସହଭାଗିତା ଉପରେ ଆଲୋକପାତ କରିଥିଲେ। ଶିକ୍ଷା ହିଁ ସମାଜ ପରିବର୍ତ୍ତନର ଏକମାତ୍ର ମାଧ୍ୟମ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଦୀପକ କୁମାର ପ୍ରଧାନ, ସୁନ୍ଦର ମୋହନ ମାଝୀ, ଶିକ୍ଷୟତ୍ରୀ ସଚଳା ସାହୁ, ଗୀତାଞ୍ଜଳି ସ୍ବାଇଁ, ପ୍ରୀତିସ୍ନାତା ରାଉତ ଓ ସମସ୍ତ କର୍ମଚାରୀବୃନ୍ଦ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଚିନ୍ମୟୀ ପାଢ଼ୀ ମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ ଆମ ଓଡ଼ିଶା ବିଷୟବସ୍ତୁକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପରିଶେଷରେ ସାଧନ କେନ୍ଦ୍ର ସଂଜଯୋକ ଶିକ୍ଷକ କୃଷ୍ଣଚନ୍ଦ୍ର ବଳବନ୍ତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ।
ସେହିପରି ଭାବେ କୋଣାର୍କ ବସଷ୍ଟାଣ୍ଡ ନିକଟରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସରକାରୀ ବିଦ୍ୟାଳୟରେ ମଧ୍ୟ ପ୍ୟାରେଣ୍ଟସ ଆଜ ପାର୍ଟନର ବା ପିତାମାତା ସହଭାଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗୋପ ବିଡିଓ ଦୀପ୍ତି ରାଣୀ ଦାସ, ମିଶନ ଶକ୍ତି ବରିଷ୍ଠ ନେତ୍ରୀ ମିନାକ୍ଷୀ ପୃଷ୍ଟି ଓ ଉପରୋକ୍ତ ସମସ୍ତ ଅତିଥି ମାନେ ଯୋଗ ଦେଇ ପିତାମାତା ସହଭାଗିତା କାର୍ଯ୍ୟକ୍ରମର ଆୟୋଜନ କାରଣ ଓ ଆବଶ୍ୟକତା ସହ ବିଭିନ୍ନ ସରକାରୀ ଉନ୍ନତି ମୂଳକ କାର୍ଯ୍ୟ ଉପରେ ସୁଚନା ଦେଇଥିଲେ। ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା, ସୁର୍ଯ୍ୟ ନାରାୟଣ ମିଶ୍ର ଓ ଅଭୟ ମଲ୍ଲ ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏହି ଅବସରରେ କୋଣାର୍କ ଏନଏସି ଅନ୍ତର୍ଗତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ମାନଙ୍କ ଦ୍ଵାରା ପୋଷଣ ମାସ ନିମନ୍ତେ ସଚେତନା କାର୍ଯ୍ୟକ୍ରମ କରଯାଇଥିଲା। ଷ୍ଟଲ୍ ମାଧ୍ୟମରେ ବିଭିନ୍ନ ପ୍ରକାର ପୋଷଣ ପ୍ରଦର୍ଶନ ସହ ସମସ୍ତଙ୍କୁ ଅବଗତ କରଯାଇଥିଲା ଏଥି ସହିତ ମିଶନ ଶକ୍ତି ମହିଳା ଗୋଷ୍ଠୀ ମହିଳା ମାନଙ୍କ ଦ୍ଵାରା ହସ୍ତଶିଳ୍ପ ଷ୍ଟଲ୍ ମଧ୍ୟ ପ୍ରଦର୍ଶିତ ହୋଇଥିଲା।