ବୁଗୁଡା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ପିତାମାତା ଅଭିଭାବକ ଅଂଶିଦାର ସମାବେଶ

ଦଶପଲ୍ଲା ବ୍ଲକ୍ ତଥା ନୟାଗଡ଼ ଜିଲ୍ଲା ର ସର୍ବ ବୃହତ୍ ଆଦିବାସୀ ମଂଗଳ ବିଭାଗ ଦ୍ବାରା ପରିଚାଳିତ ବୁଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପିତାମାତା ଓ ଅଭିଭାବକ ଅଂଶିଦାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ଛାତ୍ରୀ ମାନଙ୍କର ପିତାମାତା ଓ ଅଭିଭାବକ ମାନେ ଯୋଗ ଦେଇଥିଲେ । ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ରେ ମଂଚାସୀନ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ବିଶ୍ବକାନ୍ତି ରାୟଗୁରୁ କଂ ପୈରହିତ୍ୟରେ ଅତିରିକ୍ତ ଜିଲ୍ଲା ମଂଗଳ ଅଧିକାରୀ ଦୁଷ୍ମନ୍ତ କୁମାର ପୃଷ୍ଟି ,ସମନ୍ନିତ ଶିଶୁ ମଂଗଳ ସୁପରଭାଇଜର ଶ୍ରୀମତୀ ପଦ୍ମାଳୟା ଶତପଥୀ , ପ୍ରଧାନ ଶିକ୍ଷୟିତ୍ରୀ ନମିତା ସ୍ବାଇଁ , ବିଦ୍ୟାଳୟ ସୁ ପରିଚାଳନ ପାଇଁ ପିତାମାତା ଓ ଅଭିଭାବକ କଂ ଦାଇତ୍ବ, କର୍ତ୍ତବ୍ୟ ସହଭାଗୀତା ଓ ସହଯୋଗ ବିଷୟରେ ପୁଂଖାନୁପୁଂଖ ଭାବରେ ଆଲୋଚନା କରିଥିଲେ ଓ ସହଯୋଗ ପାଇଁ ମଧ୍ୟ ଅନୁରୋଧ କରିଥିଲେ । ବିଦ୍ୟାଳୟ ର ଛାତ୍ରୀ ମାନେ ନିଜ ନିଜର ମତାମତ , ବିଦ୍ୟାଳୟ ଓ ଛାତ୍ରୀନିବାସ ଜୀବନ ର ଉପାଦେୟତା ଉପରେ ମତାମତ ବ୍ୟକ୍ତ କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ବ ଅର୍ଜନ ଛାତୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *