ଭକ୍ତକବି ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ

ଓଡ଼ିଆ ଜାତିର ପ୍ରାତଃସ୍ମରଣୀୟ ସିଦ୍ଧସାଧକ ତଥା ଓଡ଼ିଆ ଭାଗବତର ଆଦ୍ୟ ରଚୟିତା ଭକ୍ତକବି ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପ ଠାରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଆଶ୍ୱିନ କୁମାର ପାତ୍ର, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା।
ଶ୍ରୀ ଦାସବର୍ମା କହିଛନ୍ତି ଓଡ଼ିଆ ଭାଷା ସାହିତ୍ୟକୁ ନୂତନ ଦିଗଦର୍ଶନ୍ ଦେବା ତଥା ଓଡ଼ିଆ ଜାତିକୁ ସଂସ୍କୃତି ସମ୍ପନ୍ନ କରିବାରେ ଭକ୍ତକବିଙ୍କ ଉତ୍ସର୍ଗୀକୃତ ଅବଦାନ ଅତ୍ୟନ୍ତ ଅବିସ୍ମରଣୀୟ। ଶ୍ରୀଜଗନ୍ନାଥ ଓ ଭାଗବତ ଧର୍ମ ଭାବନାର ବ୍ୟାପକ ପ୍ରଚାର ଓ ପ୍ରସାର ମହାପୁରୁଷଙ୍କ ସାଧନା, ତ୍ୟାଗ, ସଂସ୍କାର, ନିଷ୍ଠା ଓ ଜାତୀୟତା ଯୁଗେ ଯୁଗେ ଓଡ଼ିଆ ଜାତି ପାଇଁ ଚିର ସ୍ମରଣୀୟ।
ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଆଶ୍ୱିନ କୁମାର ପାତ୍ର, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ ଓ ଓଡ଼ିଶା ସାହିତ୍ୟି ଏକାଡେମୀ ସଭାପତି ହୃଷୀକେଶ ମଲ୍ଲିକ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାୟଙ୍କ ସମେତ ବହୁ ସାହିତ୍ୟିକ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।
