ଭଦ୍ରକ ଜିଲ୍ଲା ସ୍ତରୀୟ ବିଦ୍ୱତ ପରିଷଦ ଆଲୋଚନା ଚକ୍ର

ଭଦ୍ରକ ଶିକ୍ଷା ବିକାଶ ସମିତି, ଓଡିଶା ଙ୍କ ଯୋଜନା ଅନୁସାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ,ଚରମ୍ପା ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲା ସ୍ତରୀୟ ବିଦ୍ୱତ ପରିଷଦ ଆଲୋଚନା ଚକ୍ର ଜିଲ୍ଲା ସଂସ୍କୃତି ଭବନ ଭଦ୍ରକ ,ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଧ୍ୟାପକ ଡକ୍ଟର କୈଳାସଚନ୍ଦ୍ର ଟିକାୟତ ରାୟ ପ୍ରାକ୍ତନ ନିର୍ଦ୍ଦେଶକ ଓଡିଶା ଭାଷା ପ୍ରତିଷ୍ଠାନ, ଓଡିଶା ସରକାର ଓ ମୁଖ୍ୟ ବକ୍ତା ଭାବରେ ରବିନାରାୟଣ ପଣ୍ଡା ପ୍ରାନ୍ତ ପ୍ରଚାର ପ୍ରମୁଖ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଜିଲ୍ଲା ବିଦ୍ୱତ ପରିଷଦ ପ୍ରମୁଖ ଇଂ ଅଭୟ କୁମାର ସୂତାର,ପ୍ରାନ୍ତ ବିଦ୍ୱତ ପରିଷଦ ପ୍ରମୁଖ ଅଶ୍ୱନୀ କୁମାର ନାୟକ ,ପୂର୍ବୋତ୍ତର ସମ୍ଭାଗ ସଭାପତି ଅମୂଲ୍ୟ ପ୍ରସାଦ ନାୟକ,ସରସ୍ବତୀ ଶିଶୁ ମନ୍ଦିର ଚରମ୍ପା ର ସମ୍ପାଦକ ଅଶୋକ କୁମାର ବିଶ୍ୱାଳ ମଞ୍ଚାସୀନ ହୋଇଥିଲେ। ଆଲୋଚନା ଚକ୍ରରେ “ଭାରତ ର ସ୍ୱ’ ବିଷୟରେ ଅତିଥି ବୃନ୍ଦ ମାର୍ଗଦର୍ଶନ ଦେଇଥିଲେ।ଶିକ୍ଷା ବିକାଶ ସମିତି, ଓଡିଶା ଙ୍କ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତାକଙ୍କ ମଧ୍ୟରୁ ଦେବେନ୍ଦ୍ର କୁମାର ପଟ୍ଟନାୟକ ପୂର୍ବ ଛାତ୍ର ଓ ପ୍ରଚାର ପ୍ରମୁଖ, ବିଭୂତି ଭୂଷଣ ପାଇକରାୟ, ପୂର୍ବୋତ୍ତର ସମ୍ଭାଗ ସଂଯୋଜକ, ଶ୍ରୀନିବାସ ପ୍ରଧାନ ଭଦ୍ରକ ବିଭାଗ ନିରୀକ୍ଷକ ଯୋଗାଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରୁ ଭାଗବତ ମହାଳିକ, ସଂକୁଳ ସଂଯୋଜକ,ମଦନ ମୋହନ ମହାନ୍ତ ସହ ସଂକୁଳ ସଂଯୋଜକ ଏବଂସରସ୍ବତୀ ଶିଶୁବିଦ୍ୟାମନ୍ଦିର ଚରମ୍ପା ର ପ୍ରଧାନଆଚାର୍ଯ୍ୟ ପ୍ରଣୟ କୁମାର ପଢି ଆରୀ ଓ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା,ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ସହିତ ସମାଜ ରୁ ନିମନ୍ତ୍ରିତ ବିଶିଷ୍ଟ ଜ୍ଞାନୀ,ଗୁଣୀ,ବିଦ୍ୱାନ ଶିକ୍ଷାବିତ,ଓ ବିଭିନ୍ନ ବର୍ଗର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave a Reply

Your email address will not be published. Required fields are marked *