ଫ୍ଲାଏ ଓଭର ରୋଡ ତ୍ୱରାନ୍ୱିତ ପାଇଁ ପୁରାତନ ସେତୁ ଭଙ୍ଗା ଆରମ୍ଭ

କେନ୍ଦୁଝର ଜିଲ୍ଲା ଯୋଡା ସହରକୁ ଆଧୁନିକୀକରଣ ଓ ଯାତାୟାତରେ ସୁଗମ କରିବାର ଆବଶ୍ୟକତାକୁ ଉପଲବ୍ଧି କରି ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ଯୋଡା ବସଷ୍ଟାଣ୍ଡରୁ ମାର୍କେଟକୁ ସଂଯୋଗର ମୁଖ୍ୟ ସାଧନ ଥିବା ସୁନାନଦୀ ଉପରେ ଥିବା ପୁରାତନ ପୋଲଟିର ଭାଙ୍ଗିବା ପ୍ରକ୍ରିୟା ରବିବାର ଆରମ୍ଭ ହୋଇଛି । ଏହି ପୋଲଟି ଦୀର୍ଘ ପ୍ରାୟ ୫ଦଶନ୍ଧି ଧରି ସହର ର ମୁଖ୍ୟ ବଜାର କୁ ସଂଯୋଗ କରିଥିଲା। ସୁନା ନଦୀ ଉପରେ ନିର୍ମିତ ଏହି ପୁରାତନ ପୋଲ ଯୋଡା ଓ ବନେଇକଳା ପରି ଦୁଇଟି ଅଞ୍ଚଳକୁ ମଧ୍ୟ ସଂଯୋଗ କରି ଅଞ୍ଚଳବାସୀଙ୍କୁ ସେବା ଦେଇ ଆସି ଅଛି। ଏହି ପୋଲ ଦେଇ ବିଜୁପଟ୍ଟନାୟକ ରାଜ୍ୟ ରାଜପଥ ନଂ୨ ରେ ଏହି ଅଞ୍ଚଳରୁ ଦୈନିକ ହଜାର ହଜାର ମେଟ୍ରିକ୍ ଟନ ଖଣିଜ ପଥର ପରିବହନ ହୋଇଥାଏ । କାଳକ୍ରମେ ଏହା ବିଭିନ୍ନ କାରଣରୁ ଦୁର୍ବଳ ହେବାରେ ଲାଗିଲା । ଟ୍ରାଫିକ ସମସ୍ୟାର ନିୟନ୍ତ୍ରଣ, ଖଣି ମଣ୍ଡଳରୁ ଦୃତ ଖଣିଜ ଉତ୍ତୋଳନ ଓ ଏହାର ବ୍ୟବସ୍ଥିତ ପରିବହନକୁ ସୁଗମ କରିବା ପାଇଁ ଏକ ଫ୍ଲାଏ ଓଭର ବ୍ରିଜ ନିର୍ମାଣା ଆରମ୍ଭ ହେଲା । ଏହି ପ୍ରକଳ୍ପର ନିର୍ମାଣ କାର୍ୟ୍ୟ ଦାୟିତ୍ୱରେ ଥିବା ଠିକାଦାର ବିଗତ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନିର୍ମାଣ କାର୍ୟ୍ୟ କରି ଆସୁଥିବା ବେଳେ ଓଭରବ୍ରିଜର ଉଭୟ ପାର୍ଶ୍ବରେ ୨ଟି ସର୍ଭିସ୍ ରୋଡ ପାଇଁ ୨ଟି ସେତୁ ନିର୍ମାଣ ହେବ । ଗୋଟିଏ ପାର୍ଶ୍ବର ସେତୁ ପାଇଁ ନିର୍ମାଣ କାର୍ୟ୍ୟ ଶେଷ ହୋଇଥିବା ବେଳେ ସମ୍ପୃକ୍ତ ପୋଲରେ ଯାନ ବାହାନ ଚଳାଚଳ ପକ୍କା ରଖି ଅପର ପାର୍ଶ୍ବର ପୋଲର କାର୍ୟ୍ୟ ତ୍ୱରାନ୍ୱିତ କରିବା ସକାଶେ ଏହି ପୁରାତନ ପୋଲକୁ ମେସିନ୍ ସାହାଜ୍ୟରେ ଭଙ୍ଗା ଆରମ୍ଭ ହୋଇଛି । ଏହି ପୋଲ ସହରର ଦୁଇ ପାର୍ଶ୍ଵ କୁ ସଂଯୋଗ କରିବା ସହିତ ଏହା ଭାଇ ଚାର। ପାଇଁ ସମ୍ପର୍କର ସେତୁ ଥିଲା । କାରଣ ଏହି ପୋଲକୁ ଅତିକ୍ରମ କରି ଜୁରୁଡ଼ି,ବାମେବାରି ଅଞ୍ଚଳର ଲୋକ ଚର୍ଚ୍ଚ,ମସଜିଦ ଓ ଯୋଡାର ପ୍ରସିଦ୍ଧ ଲକ୍ଷ୍ମୀ ମନ୍ଦିରକୁ ଯାଉଥିଲେ । ଦୀର୍ଘବର୍ଷ ଧରି ପୁରାତନ ପୋଲ ସହ ଯୋଡା ସହରବାସୀଙ୍କର ଏକ ଭାବ ଯୋଡି ହୋଇ ରହିଥିବାରୁ ପୋଲ ଭଙ୍ଗା ଆରମ୍ଭ ହେବା ସମୟରେ ଏକ ଦୁଃଖମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏହି ପ୍ରକଳ୍ପ ସମ୍ପୂର୍ଣ କର।ଯିବାର ୨୦୨୩ ଡିସେମ୍ବର ମାସ ଶେଷ ପର୍ୟ୍ୟନ୍ତ ରହିଥିବା ବେଳେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣାଧିନ ରହିଲେ ଶୀଘ୍ର ସମ୍ପୂର୍ଣ ହୋଇ ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି । ତେବେ ଏନେଇ ଠିକାସଂସ୍ଥା ମାନବ ସମ୍ବଳ ଅଧିକାରୀ ଭାଗିରଥୀ ପଣ୍ଡାଙ୍କୁ ପଚାରିବାରୁ ସେକହିଥିଲେ ପୁରାତନ ସେତୁ ଥିବା ସ୍ଥାନରେ ନୂତନ ଫ୍ଲାଏଓଭରର ୩ଟି ପିଲାର ଆସୁଥିବାରୁ ପୁରାତନ ସେତୁକୁ ଭଙ୍ଗାଯିବାର ବ୍ୟବସ୍ଥା କରାଯାଉଛି ।
ଯୋଡାରୁ ଭଗବାନ ଗିରିଙ୍କ ରିପୋର୍ଟ
