ରେଳ ଧାରଣା ଉପରେ ଧସିଲା ପାହାଡ଼ ଟ୍ରେନ ଚଳା ଚଳ ରେ ବ୍ୟାହତ

କୋରାପୁଟ : କୋରାପୁଟ ରୁ କେ୍ରୋଣ୍ଡଲ ଯାଇଥିବା ଟ୍ରେନ ଲାଇନ ଉପରେ ପାହାଡ଼ ଧସିବା ଯୋଗୁ ସମସ୍ତ ଟ୍ରେନ ଚଳା ଚଳ କୁ ବାତିଲ କରାଯାଇ ଅଛି ,ରେଳ ଲାଇନ ଦୋହରି କରଣ ଚାଲିଥିବା ବେଳେ କିଛିଦିନ ହେବ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି ଯାହାଫଳରେ ଉକ୍ତ ରାସ୍ତା ଦେଇ ଟ୍ରେନ ଯାତାୟତ କରିବା ଫଳରେ ଭୁକମ୍ପନ ସୃଷ୍ଟି ହେବାରୁ ପାହାଡ଼ରେ କମ୍ପନ ସୃଷ୍ଟି ହୋଇ ମାଟି ହାଲକା ହୋଇ ଯାଏ ,ଯାହା ଫଳରେ ଆଜି ଭୋରୁ କୋରାପୁଟ ମାନବାର ଷ୍ଟେସନ ନିକଟ ଜର୍ଟି ଷ୍ଟେସନ ପାଖରେ ପାହାଡ଼ ଧସିବା ଯୋଗୁ ରେଳ ଧାରଣା ଉପରେ ପାହାଡ଼ ସୃଷ୍ଟି ହୋଇଛି , ଫଳରେ ଏହିରାସ୍ତା ଦେଇ ଯାତାୟତ କରୁଥିବା ହୀରାଖଣ୍ଡ ଏକ୍ସପ୍ରେସ,ଜଗଦଳପୁର ନଯାଇ କୋରାପୁଟ ରେ ରହିଥିବା ବେଳେ ଜଗଦଳପୁର ରୁ କଲିକତା ଯାଉଥିବା ଟ୍ରେନ ଟି ଜୟପୁର ରେ ଅଟକିଛି , ସେହିଭଳି ରାଉରକେଲା , କେ୍ରୋଣ୍ଡଲ ବିଶାଖା ପାଟଣା , ବିଶାଖା ପାଟଣା କେ୍ରୋଣ୍ଡଲ , ଆଦି ସମସ୍ତ ଟ୍ରେନ ଚଳା ଚଳ ବାତିଲି ହୋଇ ଯାଇଛି , ଏଥିପାଇଁ ହଜାର ହଜାର ଯାତ୍ରୀ ନାହିଁନଥିବା ଅସୁବିଧା ଭୋଗ କରିଛନ୍ତି ,

Leave a Reply

Your email address will not be published. Required fields are marked *