ପୁରୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ସମାବର୍ତ୍ତନ ଉତ୍ସବ -୨୦୨୩

ପୁରୀ,୨୫/୦୯: ପୁରୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ସମାବର୍ତ୍ତନ ଉତ୍ସବ -୨୦୨୩ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା।ଅତିଥି ମାନେ ଉପସ୍ଥିତ ସମସ୍ତ ୫୪ ଜଣ ଶ୍ରେଷ୍ଠ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା କର୍ମ ନିଯୁକ୍ତି ଅଧିକାରୀ ସୁବାସ ଚନ୍ଦ୍ର ବେହେରା ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣେଇବା ସହ ଏହା ଭବିଷ୍ୟତ କର୍ମଜୀବନ ପାଇଁ ପ୍ରେରଣା ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ଅମୂଲ୍ୟ ରତ୍ନ ପଣ୍ଡା ଆଇଟିଆଇ ଶିକ୍ଷା ପରବର୍ତ୍ତୀ ଉଦ୍ୟୋଗିତା ସୁଯୋଗ ଉପରେ ଆଲୋକପାତ କରି ଛାତ୍ର ଛାତ୍ରୀ ନିଜକୁ ଜଣେ ଜଣେ ଉଦ୍ୟମୀ ହେବାପାଇଁ ଉତ୍ସାହିତ କରିଥିଲେ । ପୁରୀ ସରକାରୀ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ଇଂ. ଅରବିନ୍ଦ ଘୋଷ ନିଜ ବକ୍ତବ୍ୟ ରେ ସରକାରୀ ଆଇଟିଆଇ ରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଭବିଷ୍ୟତ ଜୀବନରେ ସଫଳ ହୋଇ ଅନୁଷ୍ଠାନ ର ଯଶ ବଢ଼େଇବା ସହିତ ଆଗାମୀ ପିଢ଼ି ପାଇଁ ଉଦାହରଣ ସୃଷ୍ଟି କରିବା ପାଇଁ ଉପଦେଶ ଦେଇଥିଲେ। ପ୍ରଶିକ୍ଷଣ ଅଧିକାରୀ ମନୋଜ କୁମାର ଦାସ ,କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିଲେ। ଅନୁଷ୍ଠାନର ସମସ୍ତ କର୍ମଚାରୀ ଙ୍କ ସହଯୋଗରେ ଉତ୍ସବ ଟି ସୁଚାରୁ ରୁପେ ସମ୍ପାଦିତ ହୋଇଥିଲା।

Leave a Reply

Your email address will not be published. Required fields are marked *