୫ଦଫା ଦାବିରେ ଜେଲ କର୍ମଚାରୀଙ୍କ ଆମରଣ ଅନଶନ

କାମାକ୍ଷାନଗର୨୫/୯ /୨୩-ରାଜ୍ୟ ଜେଲ କର୍ମଚାରୀ ସଂଘର ଡାକରାରେ ପାଞ୍ଚ ଦଫା ଦାବୀ ନେଇ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।ସେହି ଭଳି କାମାକ୍ଷାନଗର ଜେଲ କର୍ମଚାରୀ ମାନେ ଗତ ୧୩ ତାରିଖ ଠାରୁ ୨୪ ତାରିଖ ଯାଏ କଳା ବ୍ୟାଚ ପରିଧାନ କରି ଆନ୍ଦୋଳନ ଜାରିରଖିଥିବାବେଳେ ସରକାର ଦାବି ପ୍ରତି କଣ୍ଣପ୍ରାତ କରିନଥିଲେ। ଫଳରେ ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ କାମାକ୍ଷାନଗର ଜେଲର ଓ୍ବାର୍ଡରମାନେ କାର୍ଯ୍ୟ ଜାରିକରି ଆମରଣ ଅନଶନ ଆରମ୍ଭ କରିଛନ୍ତି୍।ସେମାନଙ୍କର ଦାବି ହେଲା ୱାର୍ଡର ମାନଙ୍କର ଗ୍ରେଡ ପେ ୧୯୦୦ ରୁ ୨୦୦୦ ଟଙ୍କା ଓ ମୁଖ୍ୟ ୱାର୍ଡର ମାନଙ୍କର ୨୦୦୦ ରୁ ୨୪୦୦ ଟଙ୍କା କୁ ବୃଦ୍ଧି ,କାରାରଖି ପଦୋର୍ଣତି ସଂଶୋଧନ ,ଉପଖଣ୍ଡ ସ୍ତରର ବଦଳି କୋହଳ ,ଖାଦ୍ୟ ଭତା ୪୦୦ ରୁ ୧୪୦୦ କୁ ବୃଦ୍ଧି ,୧୩ ମାସିଆ ଦରମା ବୃଦ୍ଧି କରିବା ଦାବିରେ କରୁଛନ୍ତି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦାବି ପୂରଣ ନହେବା ଯାଏ ଏଭଳିଆ ଆନ୍ଦୋଳନ ଜାରି ରହିବ ସେମାନଙ୍କର ଯାହାକିଛି ଅସୁବିଧା ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।ଆନ୍ଦୋଳନ କରୁଥିବା କର୍ମଚାରୀ ହେଲେ ସନାତନ ମଲ୍ଲିକ ,ଶିରିଶ ଚନ୍ଦ୍ର ନାୟକ ,ଗୀତାଞ୍ଜଳି ନାଏକ ,ମନୋରମା ନାୟକ ,ରାଜକିଶୋର ପ୍ରଧାନ ,ଜଗନ୍ନାଥ ଦେଓଗ୍ରାମ ,କହ୍ନେଇ ଚରଣ ସେଠୀି ,ରାଜୀବ ଲୋଚନ ବେହେରା ପ୍ରମୁଖ ଆନ୍ଦୋଳନ ଜାରିରଖିଛନ୍ତି।।
Prakash Kumar Patra reporter