କୁମାର କବି ଥିଲେ ଭାଷା, ସାହିତ୍ୟ, ସଂସ୍କୃତି ଓ ସଂସ୍କୃତର ମହାକୁମ୍ଭ

କୁମାର କବି ଅରକ୍ଷିତ ପ୍ରଧାନ ଥିଲେ ଆସାମ- ଓଡ଼ିଶାର ସାଂସ୍କୃତିକ ଦୂତ ଓ ଏକମାତ୍ର ଓଡ଼ିଆ ଭାବେ ଆସାମ ସରକାର ଙ୍କ ଆଜୀବନ ଅତିଥି। ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ଆର୍ଶ ଓ ଆଶୁ କବି କୁମାର କବିଙ୍କୁ ମିଳୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ। ମହାନ ଭାରତୀୟ ସଂସ୍କୃତିର ଗବେଷକ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ର ପ୍ରଚାରକ ଥିଲେ କୁମାର କବି।*ତ୍ରୟୋଦଶ ରାଜ୍ୟ ସ୍ତରୀୟ କୁମାର କବି ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ। କୁମାର କବିଙ୍କ ସମସ୍ତ ରଚନାବଳୀ ଅନ୍ୟାନ୍ୟ ଭାରତୀୟ ଭାଷାରେ ପ୍ରକାଶ ପାଇଁ ସାହିତ୍ୟ ଏକାଡେମୀ ନେଉ ପଦକ୍ଷେପ। ବିଶିଷ୍ଟ କବି ହରିହର ମିଶ୍ର ପାଇଲେ ଚଳିତ ବର୍ଷର କୁମାର କବି ସମ୍ମାନ। (ସଂଗୀତରେ ଗୀତା ଦାସଙ୍କୁ ଉତ୍କଳ ସଂଗୀତ ରତ୍ନ, ସାମ୍ବାଦିକତା ରେ ଗୁରୁକଲ୍ଯାଣ ମହାପାତ୍ରଙ୍କୁ ଉତ୍କଳ ସମ୍ବାଦ ରତ୍ନ ସମ୍ମାନ,ଶିକ୍ଷା ରେ ଶଙ୍କର କୁମାର ସୁବୁଦ୍ଧି ଙ୍କୁ ଉତ୍କଳ ଶିକ୍ଷା ରତ୍ନ, ବାଦଲ ତରାଇଙ୍କୁ ଶିଳ୍ପୀ ରତ୍ନ,, ମନୋଜ ରଥଙ୍କୁ ସଂସ୍କୃତି ରତ୍ନ ଓ ଦାମୋଦର ମହାନ୍ତିଙ୍କୁ ସାହିତ୍ୟ ସଂଗଠକ ରତ୍ନ ସମ୍ମାନ ଏବଂ ଯୁବ ବୈଜ୍ଞାନିକ ଡକ୍ଟର ଚିତ୍ତରଞ୍ଜନ ସାହୁ ପାଇଲେ ଉତ୍କଳ ଯୁବ ରତ୍ନ ସମ୍ମାନ।) ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ୨୧ ଜଣ ସମ୍ମାନିତ।

Leave a Reply

Your email address will not be published. Required fields are marked *