ମହାପ୍ରଭୁଙ୍କ ଅଧରପଣା।

ଆଉ କିଛି ସମୟ ପରେ ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହେବ। ତିନିରଥକୁ ସ୍ୱତନ୍ତ୍ର ଉପଚାରରେ ପୂଜା କରାଯାଇ ପ୍ରସ୍ତୁତ କରାଯାଇଥିବା ସମୟରେ ରଥରେ ବହୁ ଦେବା ଦେବୀ ବିରାଜମାନ କରିଥାନ୍ତି। ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପର୍ଣ ପରେ ସମସ୍ତ ପାର୍ଶ୍ୱ ଦେବଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡା ମାନଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯିବାର ବିଧି ରହିଛି। ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହ ମାନଙ୍କର ଅଧର ପର୍ଯ୍ୟନ୍ତ ନିର୍ମିତ ତିନି ତିନଟି ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ ।ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ନୀତିକାନ୍ତି କରାଯିବ ଅନ୍ୟପଟେ ଗତକାଲି ସୁନାବେଶ ସମୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଲାଗିଥିବା କିରୀଟର ଗୋଟିଏ ପାଖୁଡା ଭାଙ୍ଗି ଯାଇଥିବା ଘଟଣାକୁ ନେଇ ଅନେକ ସମାଲୋଚନା କରିଥିବା ବେଳେ ସିଂହାରୀ ସେବାୟତ ଏହି ଘଟଣାକୁ ହାଲକା ଭାବେ ଗ୍ରହଣ କରିଛନ୍ତି। ସେପଟେ ଏହି ଘଟଣାକୁ ଶ୍ରୀମନ୍ଦିର ନୀତି ପ୍ରଶାସକ ସ୍ୱୀକାର କରିଥିବା ବେଳେ ଏହାର ପୁନରାବୃତ୍ତି ହେବନି ବୋଲି କହିଛନ୍ତି ।ଅନ୍ୟପଟେ ଜଣେ ଭକ୍ତ ମହାପ୍ରଭୁଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ପ୍ରତିବାଦରେ ସେବାୟତଙ୍କ ପକ୍ଷରୁ ଆଜି ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଶ୍ରୀପଞ୍ଚମୀ ଦିନଠାରୁ ତିନିରଥର ଯଜ୍ଞ ଉଶ୍ଚବ ଅନୁଷ୍ଠିତ ହୋଇ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ସହ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଶୁଭାରମ୍ଭ ହୋଇଥିଲା । ତିନିରଥରେ ନିର୍ମାଣ ପରେ ସ୍ୱତନ୍ତ୍ର ଭାବେ ପାର୍ଶ୍ୱଦେବାଦେବୀ ମାନେ ବିଜେ କରି ନବଦିନ ଯାତ୍ରାରେ ମହାପ୍ରଭୁଙ୍କ ସହ ଯାଇଥିଲେ। ବିଶ୍ୱାସ ରହିଛି ଯଜ୍ଞ ପୂଜା ଦ୍ୱାରା ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ସହିତ ବହୁ ଦେବାଦେବୀ ,ଚଣ୍ଡୀ,ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି । ତେବେ ସେମାନଙ୍କ ସନ୍ତୁଷ୍ଟି ପାଇଁ ସ୍ୱତନ୍ତ୍ର ଭାବେ ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଛେନା ,ଛାଚି , କ୍ଷୀର ,ସର,ଗୋଲମରିଚ ,କର୍ପୁର ,ଜାଇଫଳ,କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯିବା ସହ ଏହାକୁ ରଥ ଉପରେ ଭଙ୍ଗା ଯିବ। ତୁମ୍ଭକାର ଆକାର ରେ ନିର୍ମିତ ମାଟିହାଣ୍ଡି ରେ ଏହି ଦୁର୍ଲଭ ପଣା ପ୍ରସ୍ତୁତ କରାଯିବ । ସିଂହଦ୍ୱାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକ ମାନେ ପଣା ପାଇଁ ପାଣି ଯୋଗାଇବେ ।ପରେ ପତ୍ରିବଡୁ ,ସୁଆର ବଡ଼ୁ,ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡା ମାନେ ପଞ୍ଚ ଉପଚାର ରେ ପୂଜା କରି ରଥ ଉପରେ ଅଧର ହାଣ୍ଡିକୁ ଭାଙ୍ଗିଵା ପରେ ପାର୍ଶ ଦେବା ଦେବୀ, ଚଣ୍ଡୀ ଚା ମଣ୍ଡା, ଓ ଅଶରିରି ମାନେ ଏହି ପଣାକୁ ପାଇଁ ଆତ୍ମ ତୃପ୍ତି ଲାଭ କରିବେ । ମଧ୍ୟାହ୍ନ ଧୂପ ପରେ ଅଧର ପଣା ନୀତି ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଶ୍ମୀଳ ଭାଷାରେ ଗାଳିଗୁଲଜ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ। କେନ୍ଦ୍ରାପଡା ରାଜକନିକା ସ୍ଥିତ ଆଳି ଅଞ୍ଚଳର ଦିଲ୍ଲୀପ କୁମାର ବିନ୍ଧାଣୀ ନାମକ ଜଣେ ଯୁବକ ସୋସିଆଲ ମିଡିଆରେ ଏଭଳି ଅଶ୍ମୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ସମୟରେ ଜଗନ୍ନାଥ ପ୍ରେମୀ ଓ ସେବାୟତମାନଙ୍କ ଧର୍ମଭାବନାକୁ କୁଠାରଘାତ କରିଛି। ତେବେ ସଂପୃକ୍ତ ଯୁବକଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେବାୟତ ମାନେ ଦାବୀ କରିଛନ୍ତି। ଏହି ଘଟଣାକୁ ନେଇ ଆଜି ଶ୍ରୀମନ୍ଦିରର ସେବାୟତ ମାନେ ସଂପୃକ୍ତ ଯୁବକଙ୍କ ବିରୋଦ୍ଧରେ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅସମ୍ମାନ କରୁଥିବା ବ୍ୟକ୍ତିଙ୍କ ବିରୋଦ୍ଧରେ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେବାୟତ ମାନେ ଦାବୀ କରିଛନ୍ତି। ଅନ୍ୟପଟେ କିରୀଟ ପାଖୁଡା ନ ଥିବା ଘଟଣା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖି ମହାପ୍ରଭୁଙ୍କୁ ସୁନାବେଶ କରିଥିବା ଜଣେ ସିଂହାରୀ ସେବାୟତ ଏହି ଘଟଣାକୁ ହାଲକା ଭାବେ ଗ୍ରହଣ କରିବା ସହ ଏହାର ପୁନରାବୃତ୍ତି ନ ହେବା ପାଇଁ ସୁନାବେଶର ମହାପ୍ରଭୁଙ୍କୁ ଲାଗୁଥିବା ସୁନା ଅଳଙ୍କାରର ଆଉ ଗୋଟିଏ ନୂଆ ସେଟ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପ୍ରସ୍ତାବ ରଖିଥିବା ବେଳେ, ଏ ସମ୍ପର୍କରେ ବିଚାର କରାଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।ଆସନ୍ତାକାଲି ସନ୍ଦ୍ୟାଧୂପ ପରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।