ରାଜଧାନୀରେ ରିଟେଲର ସଂଘ ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ

କରୋନା ସମୟ ରେ ବଣ୍ଟନ କରାଯାଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବାବଦ ୩୧ ମାସର ବଣ୍ଟନ ପାରିଶ୍ରମିକ ଅର୍ଥ ଏଯାବତ ମିଳିପାରିନାହିଁ। ସମସ୍ତ ଅର୍ଥକୁ ଏକକାଳୀନ ମିଳିବା ଓ ରିଟେଲରଙ୍କ ଅନ୍ୟାନ୍ୟ ସମସ୍ୟା ନେଇ ସଂଘ ବାରମ୍ବାର ଗଣମାଧ୍ୟ୍ୟମ ଜରିଆରେ ଦାବୀ କରିଆସୁଛି ଜିଲ୍ଲା ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଛି l ଆଜି ଭୁବନେଶ୍ୱର ଲୋୟର ପିଏମଜି ଛକ ଠାରେ ରାଜ୍ୟର ସମସ୍ତ ରିଟେଲରମାନେ ଏକତ୍ରିତ ହୋଇ ବିଶାଳ ଶୋଭାଯାତ୍ରା ଜରିଆରେ ସରକାରଙ୍କୁ ନିଜର ଦାବୀ ଜଣାଇଥିଲେ l ଦାବୀ ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ରିଟେଲର ମାନେ ସ୍ଲୋଗାନ ଦେଇଥିଲେ। ଏହି ମହାସମାବେଶରେ ରାଜ୍ୟ ସଭାପତି ନଗେନ୍ଦ୍ର ନାଥ ଜେନା ଭଦ୍ରକ ଜିଲ୍ଲା ସଭାପତି ଜଗବନ୍ଧୁ ଲେଙ୍କା ତିହିଡି ବ୍ଲକ ସଭାପତି ରବିନ୍ଦ୍ର ମହାକୁଳ ସମ୍ପାଦକ କୈଳାସ ବେହେରା ଙ୍କ ସହ ତିହିଡି ବ୍ଲକର ସମସ୍ତ ରିଟେଲର ଯୋଗ ଦେଇ ନିଜର ଦାବି ଜଣାଇଥିଲେ l

Leave a Reply

Your email address will not be published. Required fields are marked *