ବିଶ୍ୱ ଜଳାତଙ୍କ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ବିଶ୍ୱ ଜଳାତଙ୍କ ଦିବସ ୨୦୨୩ ପୁରୀ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୮ ସେପ୍ଟେମ୍ବର ରେ ପାଳନ କରାଯାଇଛି | ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶ୍ୱ ଜଳାତଙ୍କ ଦିବସ ପାଳନର ପ୍ରକୃତ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ | କିପରି ଭାବରେ ପଶୁ କାମୁଡ଼ିବା ଦ୍ୱାରା ଏହି ଜଳାତଙ୍କ ରୋଗ ଭୟଙ୍କର ହୋଇପାରେ ଏବଂ ଠିକ ସମୟରେ ଚିକିତ୍ସା ନକଲେ ଏହା ଦ୍ୱାରା ରୋଗୀ ମୃତ୍ୟୁ ମୁଖରେ ମଧ୍ୟ ପଡିଥାଏ ସେ ବିଷୟରେ ଆଲୋଚନା କରିଥିଲେ | ଏଥି ସହିତ ପୋଷା ପଶୁ ମାନଙ୍କ ଯୋଗୁଁ ଜଳାତଙ୍କରୁ ରକ୍ଷା ପାଇବା ପାଇଁ ପ୍ରତିଷେଧକ ଟୀକା ନେଇଯିବା ଉଚିତବୋଲି କହିଥିଲେ | ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ଼ାକ୍ତର ମନୋଜ କୁମାର ମହାନ୍ତି ବୁଲା କୁକୁର ବା ପୋଷା କୁକୁର କାମୁଡ଼ିଲେ ସଂଗେ ସଂଗେ ଉକ୍ତସ୍ଥାନ କୁ ଭଲଭାବରେ ସାବୁନରେ ଧୋଇ ଦେବା ଉଚିତ ଏବଂ ଯଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଇବା ବୋଲି କହିଥିଲେ | ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ବିରଜା ଶଙ୍କର ରଥ ମଧ୍ୟ ଜଳାତଙ୍କ ରୋଗର ଭୟାବହତା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ | ଉକ୍ତ ସଭାରେ ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ର ସହକାରୀ ପ୍ରଫେସର ଡାକ୍ତର ଦୀପକ କୁମାର ସାହୁ ଜଳାତଙ୍କ ରୋଗର ନିରାକରଣ, ପ୍ରତିକାର ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ | ସ୍ୱାସ୍ଥ୍ୟ ବିଭାଗ ତରଫ ରୁ ଜ଼ିଲ୍ଲା ସ୍କୁଲ ରେ ଏକ ରଚନା ପ୍ରତିଯୋଗିତା କରାଯାଇଥିଲା | ସେଥିରେ କୃତୀତ୍ବ ଅର୍ଜନ କରିଥିବା ପ୍ରତିୟୋଗୀଙ୍କୁ ଡାକ୍ତର ସୁଜାତା ମିଶ୍ର ପୁରସ୍କୃତ କରିଥିଲେ। ଏହି ଆଲୋଚନା ରେ ଜିଲା ପ୍ରକଳ୍ପ ପରିଚାଳକ ଶ୍ରୀ ଟି ନାରାୟଣ ରାଓ, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାୟୋଗ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଡାଟା ମ୍ୟାନେଜେର ଶ୍ରୀ ଦୀପକ କୁମାର ମହାପାତ୍ର ଏବଂ ସହକାରୀ ପରିଚାଳକ (ଆଶା) ଶ୍ରୀ ଅଶୋକ କୁମାର ସାହୁ ଉପସ୍ଥିତ ଥିଲେ | ଶେଷରେ ସହକାରୀ ପରିଚାଳକ (ତାଲିମ) ମନୋଜ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *