ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ରେ ହିନ୍ଦୀ ପଖୱାଡାର ସମାପ୍ତ ସମାରୋହ ଆୟୋଜିତ

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ରାଜ ଭାଷା ବିଭାଗ ଦ୍ଵାରା, ଶ୍ରୀ କଲ୍ୟାଣ ପଟ୍ଟନାୟକ ଅତିରିକ୍ତ ମୁଖ୍ୟ ରାଜ ଭାଷା ଅଧିକାରୀ ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଖୋର୍ଦ୍ଧା ରୋଡ଼। ମହାସୟ ଙ୍କ ଅଧ୍ୟକ୍ଷତାରେ, ମଣ୍ଡଳ ସରକାରୀ ଭାଷା କାର୍ଯ୍ୟକାରୀ କମିଟିର ୧୪୪ ତମ ବୈଠକ ଆୟୋଜନ କରା ଯାଇଛି। ସରକାରୀ କାର୍ଯ୍ୟରେ ହିନ୍ଦୀ ଭାଷାର ମହତ୍ତ୍ୱ କୁ ପ୍ରୋତ୍ସାହିତ କରିବା ପାଇଁ ରାଜ ଭାଷା ବିଭାଗ ନେଇଥିବା ବିଭିନ୍ନ କାର୍ଯ୍ୟକଳାପର ବିବରଣୀ ଏହି ବୈଠକରେ ମୂଲ୍ୟାଙ୍କନ କରାଯାଇଥିଲା। ହିନ୍ଦୀ ପଖୱ।ଡା ସମୟରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ଏବଂ କାର୍ଯ୍ୟକ୍ରମର ସଂକ୍ଷିପ୍ତ ବର୍ଣ୍ଣନା, ଯେପରିକି ହିନ୍ଦୀ ନୋଟିସ୍-ଡ୍ରାଫ୍ଟ, କୁଇଜ୍, ହିନ୍ଦୀ ପ୍ରବାଦ, ରଙ୍ଗୋଲି ପ୍ରତିଯୋଗିତା ଏବଂ ହିନ୍ଦୀ କର୍ମଶାଳା ଇତ୍ୟାଦି ପ୍ରଦାନ କରାଯାଇଥିଲା | ଗୃହ ମନ୍ତ୍ରଣାଳୟର ବାର୍ଷିକ କାର୍ଯ୍ୟକ୍ରମ ଅଧୀନରେ ଉଲ୍ଲେଖ କରାଯାଇଥିବା ହିନ୍ଦୀ କାର୍ଯ୍ୟକାରିତା ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟଗୁଡିକର ପାଳନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ଵାରା ୧୪ ସେପ୍ଟେମ୍ବରରୁ, ୨୮ ସେପ୍ଟେମ୍ବର, ୨୦୨୩ ପର୍ଯ୍ୟନ୍ତ ହିନ୍ଦୀ ପଖୱ।ଡା ପାଳନ କରାଯାଇଛି। ହିନ୍ଦୀ ପାଖୱାଡାକ ସମାପ୍ତ ସମାରୋହ ରେ ବିଭିନ୍ନ ରେଳ ଷ୍ଟେସନରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ରେଳ କର୍ମଚାରୀଙ୍କୁ ପୁରସ୍କାର ଏବଂ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ହିନ୍ଦୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା), ଶ୍ରୀ ସୁଭ୍ରା ଜ୍ୟୋତି ମଣ୍ଡଳ, ସମସ୍ତ ଶାଖା ଅଧିକାରୀ ଏବଂ କର୍ମଚାରୀ ଏହି ସମାରୋହ ରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରାଜ ଭାଷା ଅଧିକାରୀ ଶ୍ରୀମତୀ ଉଷା ରାଣୀ ସଂଯୋଜନା କରିଥିଲେ।
