ପ୍ରଶାସନିକ ଅଧିକାରୀ ଙ୍କ ଅବହେଳା ଲାଗି ଚାକିରିରୁ ବଂଚିତ ଜି ଗୁରେଇ ରେଡ୍ଡୀ

ବ୍ରହ୍ମପୁର :-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଅନ୍ତର୍ଗତ ପଡିଆ ପୁରୁଷୋତ୍ତମପୁରରେ ଗତ ୨୦୦୯ ମସିହାରେ ଏକ ଅଙ୍ଗନବାଡି କେଦ୍ରରେ ସହାୟିକା ପଦବୀ ପାଇଁ ନିଯୁକ୍ତି ପତ୍ର ବାହାରି ଥିଲା | ସେଠାରେ ନିଜ ଗ୍ରାମର ୫ ଜଣ ମହିଳା ସହ ଅନ୍ୟ ଗ୍ରାମର ଏକ ମହିଳା ଆବେଦନ କରିଥିଲେ | ପରେ ସମସ୍ତ କାଗଜପତ୍ର ତଦାରଖ ପାଇଁ ସିଡିପିଓ ମହିଳା ମାନଙ୍କୁ ନେଇ ଏକ ସଭା କରାଇ ଥିଲେ । ପରେ ୬ ଜଣ ଆବେଦନ କାରୀଙ୍କ ମଧ୍ୟରୁ ଜି ଗୁରେଇ ରେଡ୍ଡୀଙ୍କୁ ଚାକିରୀ ପାଇଁ ଚୟନ କରିଥିଲେ | ପରେ ଗୁରେଇ ରେଡ୍ଡୀଙ୍କୁ ୭ଦିନ ଭିତରେ ଯୋଗ ଦେବାପାଇଁ ଚିଠି ଆସିଲା | ଗୁରେଇ ରେଡ୍ଡୀ ଠିକ ସମୟରେ ଯାଇ ନିଜର ପ୍ରମାଣ ପାତ୍ର ନେଇ କାର୍ଯ୍ୟାଳୟ ରେ ଯୋଗ ଦେଇଥିଲେ ସତ !! ନିଜର କାର୍ଯ୍ୟକ୍ଷେତ୍ରରେ ଲାଗିଥିଲେ ଗୁରେଇ କିନ୍ତୁ ୩ ମାସ ପରେ ବିନା ନୋଟିସରେ ଅନ୍ୟ ଏକ ଗାଁ ମହିଳା ପାଣ୍ଡୀ ଗୌଡ଼ ଯାହାକୁ ଆଗରୁ ନିଜେ ସିଡ଼ିପିଓ ପ୍ରତ୍ୟାଖାନ କରାଇଥିଲେ ସେହି ମହିଳାଙ୍କୁ ହିଁ ଚାକିରୀ ରେ ନିଯୁକ୍ତି କରାଇଥିଲେ | ତେବେ ଏଠି ଆମର ଗୋଟିଏ ପ୍ରଶ୍ନ ଜିଲ୍ଲା ପ୍ରଶାସନକୁ ଯାହାକୁ ନିଜେ ସିଡିପିଓ ନାକଚ କରିଥିଲେ କିଭଳି ଭାବରେ ପୁନଃ ନିଯୁକ୍ତି କଲେ ?? ନିଜ ଗାଁର କେଉଁ ମହିଳାଙ୍କୁ ପଦବୀ ନଦେଇ ଅନ୍ୟ ଗ୍ରାମର ମହିଳାଙ୍କୁ ପଦବୀ କାହିଁକି ଦିଆଗଲା ? କିଏ ଦେଉଥିଲା ଏହି ସାହାସ ଏହା ଏକ ପ୍ରଶ୍ନ ବାଜି ସୃଷ୍ଟି ହେଉଛି | ଗୁରେଇ ରେଡ୍ଡୀ ଅନ୍ୟ ଏକ ମହିଳାଙ୍କୁ ଦେଖି ଏ ସଂକ୍ରାନ୍ତରେ କିଛି ବୁଝି ପାରିନଥିଲେ | ଏ ବିଷୟ ନେଇ ପ୍ରଥମେ ସିଡ଼ିପିଓ ଅଫିସର ଦ୍ୱାରସ୍ତ ହୋଇଥିଲେ | ସିଡ଼ିପିଓ କହିଥିଲେ କଣ ହେଇଛି ଆମେ ଆପଣଙ୍କୁ ତଦନ୍ତ କରି ଜଣାଇବୁ | ଶେଷରେ ହତାଶ ହୋଇ ଉପ ଜିଲ୍ଲାପାଳଙ୍କ ପାଖରେ ଦ୍ୱାରସ୍ତ ହୋଇଥିଲେ ସେଠାରେ ବି କେହି ଗୁହାରି ଶୁଣିନ ଥିଲେ | ପରେ ହାଇକୋର୍ଟର ଦ୍ୱାରସ୍ତ ହେଲେ ଗୁରେଇ ରେଡ୍ଡୀ | ଶେଷରେ ପଦବୀରେ ଥିବା ମହିଳା ପାଣ୍ଡୀ ଗୌଡ଼ଙ୍କ ଗତ ୧୯/୦୭/୨୦୨୩ରେ ଦେହାନ୍ତ ହୋଇଥିଲା | ଦେହାନ୍ତ ପରେ ଖାଲି ପଡ଼ିଯାଇଥିଲା ପଦବୀ | ପୁଣି ନୂତନ ଭାବେ ୧୩/୦୯/୨୦୨୩ ରେ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରିକରିଥିଲେ | ଏକଥା ଶୁଣି ଗୁରେଇ ରେଡ୍ଡୀ ୧୩ ବର୍ଷ ଧରି ନିଜର ହକ ପାଇବା ଆଶାରେ ପଛକୁ ନଫେରୀ ଗୋଡ଼ାଇଥିଲେ ଗୁରେଇ ରେଡ୍ଡୀ । ପରେ ୧୩ବର୍ଷ ଧରି ପରିଶ୍ରମର ଫଳ ୨୭/୦୯/୨୦୨୩ ରେ ମିଳିଥିଲା |ଆଉ ସେହି ସଂଘର୍ଷ ର ଫଳଟି ଥିଲା ବାହାରି ଥିବା ବିଜ୍ଞପ୍ତି ସ୍ଥଗିତ ରଖାଯାଉର ପ୍ରମାଣ ଧରି ଶନିବାର ସିଡ଼ିପିଓ ଅଫିସକୁ ଆସିଥିଲେ ଗୁରେଇ ରେଡ୍ଡୀ | ହାଇକୋର୍ଟ ର ସ୍ଥଗିତ ପତ୍ର ରଖିଥିଲେ ଓ ସିଡିପିଓ ଶେଷରେ ଏହାର ତଦନ୍ତ ପରେ ଜଣାଇବୁ ବୋଲି କହିଥିଲେ ସିଡିପିଓ ଶ୍ରୀମତୀ ପୁଷ୍ପାଞ୍ଜଳି ଶତପଥି | ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ଗୁରେଇ ରେଡ୍ଡୀ ୧୩ ବର୍ଷ ତଳେ ହରାଇଥିବା ଚାକିରି ଓ ବିତାଇଥିିବା ସମୟ ର କ୍ଷତିପୂରଣ ଦେବ କିଏ ଏହା ଏବେ ଏକ ବଡ ପ୍ରସ୍ନବାଚୀ ସୃଷ୍ଟି ହୋଇଛି ??

Leave a Reply

Your email address will not be published. Required fields are marked *