ବ୍ୟାସନଗର ପୌର ପରିଷଦରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଦେଶରେ ସ୍ଵଛତା ଅଭିଯାନ ଜାରିରହିଛି l ଏହି ଅବସରରେ ବ୍ୟାସନଗର ପୌର ପରିଷଦ ପକ୍ଷରୁ ବିଭିନ୍ନ ୱାର୍ଡରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ପୌର ପରିଷଦର ଅଧକ୍ଷା ସଂଗୀତା ପିଙ୍ଗୁଆ ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ପୌର କାର୍ଯ୍ୟାଳୟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ପୌର ପରିଷଦରୁ ବାହାରୁଥିବା ବିଭିନ୍ନ ଅଳିଆ ଆବର୍ଜନାକୁ ସଫା କରିବା ସହିତ ସ୍ଵଛତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଛି l ପୌର ପରିଷଦରେ ରହିଥିବା ସ୍ୱଚ୍ଛ ସାଥୀ ମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଏହି ଅବସରରେ ସମସ୍ତ ସ୍ୱେଚ୍ଛାସେବୀ ମାନେ ଗାଁକୁ ଗାଁ ବୁଲି ସ୍ୱଚ୍ଛତା ସଂପର୍କରେ ଲୋକଙ୍କୁ ସଚେତନ କରିଥିଲେ l ସ୍ୱଚ୍ଛତା ଅବଲମ୍ବନ କଲେ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇପାରିବେ ବୋଲି ସଚେତନ କରାଯାଇଥିଲା l ଆଜିର ପୌର ପରିଷଦ ପକ୍ଷରୁ ଆରମ୍ଭ ହେଇଥିବା ଏହି କାର୍ଯ୍ୟକ୍ରମରେ ଆର୍ଟ ଅଫ ଲିଭିଙ୍ଗ, ଇଣ୍ଡିଆନ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, କଳିଙ୍ଗ ଅବସର ପ୍ରାପ୍ତ କର୍ମଚାରୀ ସଂଘ, ଗାନ୍ଧୀନଗର ବସ୍ତିବାସିନ୍ଦା, ପକ୍ଷରୁ ଏହି କାର୍ଯ୍ୟକ୍ରମରେ ସାମିଲ ହେଇ ବିଭିନ୍ନ ୱାର୍ଡ ବୁଲି ଲୋକ ମାନଙ୍କୁ ସ୍ୱଚ୍ଛତା ଉପରେ ସଚେତନତା କରିଥିଲେ l
Jyoti prakash bhuia reporter