ସରକାରୀ ବାସଗୃହ ନିର୍ମାଣ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ
ଜଗତସିଂହପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଣ୍ଡାସାହି ଠାରେ ନୂତନ ବହିର ଚିକିତ୍ସା ବିଭାଗ ଓ ସରକାରୀ ବାସଗୃହ ନିର୍ମାଣ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ ବ୍ୟାପାର ବିଭାଗ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଜିଲ୍ଲା ପାଳ ପାରୁଲ ପଟାୱାରୀ, ବ୍ଳକ ଅଧ୍ୟକ୍ଷ। କନକପ୍ରଭା ଲେଙ୍କା, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ରାଉଳ, ବ୍ଳକ ଉପାଧ୍ୟକ୍ଷ। ରାତିରଞ୍ଜନ ବେହେରା, ସ୍ଥାନୀୟ ସରପଞ୍ଚ ପୁଷ୍ପଲତା ଦାସ, ସମିତି ସଭ୍ୟ କଳ୍ପନା ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବା ସହିତ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲାରେ ମଧ୍ୟ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ଉର୍ଣ୍ଣତି ମୂଳକ କାର୍ଯ୍ୟ କରାଯାଇଛି । 100 ଶଯ୍ୟା ବିଶିଷ୍ଟ ବେଡ଼ ଯୋଗାଇ ଦେବା ସହିତ ବିଭିନ୍ନ ବିଭାଗର ଡାକ୍ତର ଯୋଗାଇ ଦିଆଯିବା ସହିତ ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ବିଧାୟକ କହିଛନ୍ତି ।
Rita Sahoo reporter