ଏକ ଘଣ୍ଟା ଶ୍ରମଦାନ କାର୍ଯ୍ୟକ୍ରମ

ପୁରୀ ପୌରପାଳିକା ତରଫରୁ ଆୟୋଜିତ ସ୍ୱଚ୍ଛତା ପାଇଁ ଏକ ଘଣ୍ଟା ଶ୍ରମଦାନ କାର୍ଯ୍ୟକ୍ରମ ରେ ଆଜି ସକାଳ ୧୦ ଟା ରୁ ୧୧ ଘଟିକା ସମୟ ମଧ୍ୟରେ ବେଳାଭୂମି, ବଡ଼ଦାଣ୍ଡ ସହିତ ସମସ୍ତ ୩୨ ଗୋଟି ୱାର୍ଡରେ ୧୦୦୦ ରୁ ଉର୍ଦ୍ଧ ଲୋକ ସାମିଲ ହୋଇ ନିଜର ଶ୍ରମଦାନ କରିଥିଲେ। ଏହି କାର୍ଯ୍ୟ କ୍ରମ ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ମାନ୍ୟବର ବିଧାୟକ ପୁରୀ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ ,ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ, ପୌରପାଳିକା ର ସ୍ୱଚ୍ଛ ଭାରତ ମିଶନ ର ବ୍ରାଣ୍ଡ ଆମ୍ବାସଡର୍ ଶ୍ରୀ ଆଶୁତୋଷ ପଟ୍ଟନାୟକ ସମେତ ଅନେକ ଅଧିକାରୀ, ବ୍ୟାଙ୍କ୍ କର୍ମଚାରୀ, ସ୍ୱେଚ୍ଛା ସେବୀ ଅନୁଷ୍ଠାନ, ସମୁଦ୍ର କୂଳ ବ୍ୟବସାୟୀ, ଲାଇଫ ଗାର୍ଡ, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଂଘ ର କର୍ମକର୍ତ୍ତା, ବିଭିନ୍ନ ସ୍କୁଲ ଏବଂ କଲେଜ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *