ଚାରି ଛକ ଥାନା ତରଫରୁ ବଜାର ସଫେଇ କାର୍ଯ୍ୟକ୍ରମ

– ସାରା ଦେଶରେ ଅକ୍ଟୋବର ଦୁଇ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ଉପଲକ୍ଷେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶରେ ଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପୁରୀ ଜିଲ୍ଲା ଚାରିଛକ ଥାନା ଅଧିକାରୀ ଶ୍ରୀମତୀ ମମତା ବିଶ୍ୱାଳ ଙ୍କ ନେତୃତ୍ୱରେ ଚାରିଛକ ବଜାର ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ କୁ ଚାରିଛକରେ ଥିବା ଅନୁଷ୍ଠାନ ତଥା ଚାରିଛକ ପ୍ରେସ କ୍ଲବ ,କବିରାଜ କୁଳମଣି ସାହୁ ମେମୋରୀୟାଲ ଟ୍ରଷ୍ଟ ,ଆମ୍ବେଦକର ସାମାଜିକ ବିକାଶ ପରିଷଦ , ଚାରିଛକ ବେବସାୟୀ ସଂଘ ,ବାସୁଦେବ ଅଟୋ ଆସ୍ୟୁସନ୍ନ ପ୍ରମୁଖ ଅନୁଷ୍ଠାନ ମାନ ଉପସ୍ଥିତ ରହି ଏହି କାର୍ଯ୍ୟ ରେ ସହଯୋଗ କରିଥିଲେ । ସ୍ୱଚ୍ଛତା ହେଉଛି ଆମର ପରିଚୟ ବାର୍ତା ନେଇ ଥାନା ଅଧିକାରୀ ମମତା ବିଶ୍ୱାଳ ଚାରିଛକ କୁ ସରସ ସୁନ୍ଦର ଭାବରେ ଗଢିବା ପାଇଁ ଏହି ଗାନ୍ଧୀ ଜୟନ୍ତୀ ରେ ଏକ ମହତ୍ତ୍ୱପୂର୍ଣ୍ଣ କାର୍ୟ୍ଯ କରିବା ପାଇଁ ଚାରିଛକ ପ୍ରେସ କ୍ଲବ ସହିତ ଅଞ୍ଚଳରେ ଥିବା ବିଭିନ୍ନ ଅନୁଷ୍ଠାନ ମାନଙ୍କ ସହଯୋଗ ରେ ଚାରିଛକ ବଜାର ସହିତ ଅଞ୍ଚଳରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କ ରେ ସକାଳ ୭ ଟାରୁ ୯ ଟା ପର୍ଯ୍ୟନ୍ତ ସଫେଇ କାର୍ୟ୍ଯ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଚାରିଛକ ପ୍ରେସ କ୍ଲବ ସଭାପତି ଶିଶିର କୁମାର ସ୍ୱାଇଁ , ସମ୍ପାଦକ ଡକ୍ଟର କେଦାରନାଥ ସାହୁ , ସନାତନ ପାତ୍ର ,ବସନ୍ତ କୁମାର ମଲ୍ଲ ,ସନ୍ତୋଷ କୁମାର ଦାସ , ବସନ୍ତ ଦାସ, ପ୍ରଫୁଲ୍ଲ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ତୁଳସୀପୁର ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଅରକ୍ଷିତ ଭୋଇ , ଜୟନ୍ତ କୁମାର ସେଠୀ ,ବିକାଶ ମଲ୍ଲିକ ,ଶିଶିର ନାୟକ , ଲୁଲୁ ବେହେରା , ରାଜକିଶୋର ବେହେରା ,ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ କରିଥିଲେ । ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ଙ୍କ ଏପରି କାର୍ଯ୍ୟକୁ ଦେଖି ଚାରିଛକ ଅଞ୍ଚଳ ର ବୁଦ୍ଧିଜୀବିମାନେ ପ୍ରଶଂସା କରିଛନ୍ତୀ ।
ନିମାପଡ଼ା ରୁ ଶିଶିର କୁମାର ସ୍ବାଇଁ ଙ୍କ ରିପୋର୍ଟ