ସାଇବର ସୁରକ୍ଷା ସଚେତନତା ରଥ ଉଦଘାଟିତ

ସାଇବର ସୁରକ୍ଷା ସଚେତନତା ରଥ ଉଦଘାଟିତ।ପୁରୀ ୨/୧୦ ଆଜି ଅପରାହ୍ନ ରେ ପୁରୀ ଟାଉନ ଥାନା ସମ୍ମୁଖରେ ସାଇବର ସୁରକ୍ଷା ରଥ କୁ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ ପି ଡା କନୱର ବିଶାଲ ସିଂ ପତାକା ଦେଖାଇ ଉଦଘାଟନ କରିଛନ୍ତି।ଏହି ରଥ ସାଇବର ଠକେଇ ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇବା ସହ ସାଧାରଣ ଜନତାଙ୍କ ଦାୟିତ୍ୱ ସମ୍ପର୍କରେ ମଧ୍ୟ ଅବଗତ କରାଇବ ବୋଲି ଏସ ପି ଡା ସିଂ କହିଛନ୍ତି।ଜିଲ୍ଲାର ସମସ୍ତ ଥାନା ଅଞ୍ଚଳ ଏହା ପରିକ୍ରମଣ କରିବା, ଲୋକ ମାନଙ୍କୁ ବିଶେଷ କରି ଯୁବ ପିଢ଼ି, ଛାତ୍ରଛାତ୍ରୀ ଙ୍କୁ ସାଇବର ଠକାମୀ,ଅପରାଧ ର ବିଭିନ୍ନ ଦିଗ ଓ ସେଥିରୁ ସୁରକ୍ଷିତ ରହିବା ସମ୍ପର୍କରେ ବିବିଧ ପଦକ୍ଷେପ ସମ୍ବନ୍ଧରେ ଏହା ସଚେତନ କରିବ ବୋଲି ସେ କହିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମ ରେ ଜଡ଼ିତ ଥିବା ୟୁ କୋ ବ୍ୟାଙ୍କ ଭୁବନେଶ୍ୱର ର ଡିଜିଏମ ରମେଶ ଚନ୍ଦ୍ର ସାହୁ ପ୍ରାୟ ୫୦ ପ୍ରକାର ର ସାଇବର ଠକାମୀ ବର୍ତ୍ତମାନ ପର୍ଯ୍ୟନ୍ତ ସୂଚନା ମିଳିଥିବା ବେଳେ ଏହାର ସୁରକ୍ଷା ଓ ନିରାପତ୍ତା ପାଇଁ ସର୍ବ ଭାରତୀୟ ସ୍ତରରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏଭଳି ସଚେତନତା ପଦକ୍ଷେପ ନେବା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ।କାର୍ଯ୍ୟକ୍ରମ ରେ ଆରକ୍ଷୀ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।