ତିହିଡ଼ି ଯୁବମଞ୍ଚ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଚିତ୍ରାଙ୍କନ ପ୍ରତିଯୋଗିତା

ଅଗ୍ରଣୀ ସାମାଜିକ ସଂଗଠନ ତିହିଡି ଯୁବମଞ୍ଚ ପକ୍ଷରୁ ସତ୍ୟ ନ୍ୟାୟ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ଗାନ୍ଧୀ ଜୟନ୍ତୀ ଉତ୍ସବ ଓ ଗାନ୍ଧିଜୀଙ୍କ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଦୋଳସାହି ସ୍ଥିତ ଯୋଗୀ ଋଷି ଲଛମନ ଦାସ ଶିଶୁ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି କୈଳାସ ବେହେରାଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ଅତିଥି ମାନେ ଗାନ୍ଧିଜୀ ଜଣେ ସାଧାରଣ ମଣିଷରୁ କେମିତି ସତ୍ୟ ନ୍ୟାୟ ତ୍ୟାଗ ଓ ବଳିଦାନ ଦ୍ୱାରା ଜାତିର ପିତା ସାଜିଥିଲେ ସେ ବିଷୟରେ ପିଲାମାନଙ୍କୁ ଅବଗତ କରିଥିଲେ। ମୁଖ୍ୟ ଅତିଥି ଭାବେ ଆଇନଜୀବି ରୋଟାରୀଆନ ଅତିଶ କୁମାର ବେହେରା ମୁଖ୍ୟବକ୍ତା ଭାବେ ବରିଷ୍ଠ ସାହିତ୍ୟିକ, ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି, ସାଂସ୍କୃତିକ ସଂଯୋଜକ କବି ନୀଳମାଧବ ସେନାପତି ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ସୋସିଆଲ ମିଡ଼ିଆ ସଂଯୋଜକ ଯୁବ କବି ନିରଞ୍ଜନ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଦସ୍ୟ ସାକିରୁଦିନ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ। ଆଶ୍ରମ ପରିଚାଳକ ଜ୍ୟୋତିରଞ୍ଜନ ପତି, ରଶ୍ମିରଞ୍ଜନ ବେହେରା, ଚକ୍ରଧର ମହାରଣା, ମିଲନ ଭାଟରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥଲେ। ଆଶ୍ରମ ଅନ୍ତେବାସିଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ଉଭୟ ବରିଷ୍ଠ ଏବଂ କନିଷ୍ଠ ବର୍ଗର ପିଲାମାନଙ୍କୁ ଉତ୍କୃଷ୍ଟ ଚିତ୍ରାଙ୍କନ ପାଇଁ ଟ୍ରଫି ପ୍ରଦାନ କରାଯାଇଥିଲା।
Punil Kumar Samanta reporter