ଗାନ୍ଧୀଜୀ ଙ୍କ ସୃତି ରେ ଚାରିବାଟିଆ ଚଳ ଚଞ୍ଚଳ

ଆଜି ସମଗ୍ର ଦେଶ ପାଳୁଛି ଅହିଂସା ର ପୁଜାରୀ ମହାତ୍ମା ଗାନ୍ଧୀଜୀ ଙ୍କର ପୂନ୍ୟ ଜନ୍ମ ତିଥି । ତାହା ସହିତ ପାଳିତ ହେଉଛି ସାଧାରଣ ଜନତା ଙ୍କ ଅତି ଆପଣାର ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଜୀ ଙ୍କ ଜନ୍ମ ତିଥି । ଆଜିର ଏହି ଭଳି ଏକ ଶୁଭ ମୁହୁର୍ତ୍ତ ରେ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ର ଚାରିବାଟିଆ ଗ୍ରାମ। ଏହି ସେହି ଗାଁ ଯେଉଁଠି ପାଦ ପଡ଼ିଥିଲା ଶତାବ୍ଦୀ ର ମହା ନାୟକ ଶାନ୍ତି, ମୈତ୍ରୀ , ପ୍ରଗତି ର ପୂଜାରୀ ମହାତ୍ମାଗାନ୍ଧୀ ଙ୍କର ପାଦପଦ୍ମ । ପରାଧୀନ ଭାରତ ଵର୍ଷ ର ବିକାଶ କୁ ନେଇ ଆଖି ରେ ଆଖିଏ ସପ୍ନ ଦେଖିଥିବା ବାପୁଜୀ ଏହି ଭେଡା ଅଞ୍ଚଳ ରେ ପାଦ ଦେଵା ମାତ୍ରେ କହିଥିଲେ ଦେଶର ଆତ୍ମା ଗାଁ ରେ ଅଛି। ତେଣୁ ସେ ଜାଣିଥିଲେ ଗ୍ରାମ୍ୟ ସ୍ବରାଜ ଵିନା ଦେଶର ପ୍ରଗତି ଅସମ୍ଭବ। ସେଦିନ ଥିଲା ଡିସେମ୍ବର ୧୭ /୧୯୨୭ ମସିହା ଉତ୍କଳ ମଣି ଗୋପବନ୍ଧୁ ଦାସ,ଉତ୍କଳ କେଶରୀ ହରେକୃଷ୍ଣ ମହତାବ ଙ୍କ ସହ ଗାନ୍ଧୀଜୀ ଓଡ଼ିଶା ର ଗ୍ରାମାଞ୍ଚଳ ର ବାସ୍ତବ ଚିତ୍ର ଜାଣିବା ପାଇଁ ଆସି ପହଞ୍ଚି ଥିଲେ ଏହି ଚାରିବାଟିଆ ଗ୍ରାମ ରେ। ଏବଂ କରିଥିଲେ ରାତ୍ରୀ ଜାପାନ।ଆଜି ଶତାବ୍ଦୀର ମହାନାୟକ ଜାତୀୟ ଜନକ ମହାତ୍ମାଗାନ୍ଧୀ ଙ୍କ ପବିତ୍ର ଜନ୍ମ ତିଥିରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ରାଜନୈତିକ ଦଳ ର ନେତା ଓ କର୍ମୀ ମାନେ ପହଞ୍ଚି ସେଠାରେ ଥିବା ଗାନ୍ଧିଜୀ ଙ୍କ ପ୍ରତିମୃତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ଶ୍ରଧ୍ୟାସୁମନ ବାଢିଛନ୍ତି।ଏହି କ୍ରମରେ ଭାରତୀୟ ଜନତା ପାର୍ଟିର ରାଜଘରପୋଖରୀ ମୁଖ୍ୟ ବଜାର ଛକ ଠାରୁ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଭିମନ୍ୟୁ ସେଠୀ ଙ୍କ ନେତୃତ୍ବରେ ବିଜେପିର ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ୍, ବରିଷ୍ଠ ବିଜେପି ନେତା ଆଶୋକ କୁମାର ସାହୁ, ରାଜଘରପୋଖରୀ ସରପଞ୍ଚ ଆରୁଣ କୁମାର ମହାନ୍ତି, ଵିଜେପି ନେତା ତଥା ସମାଜସେବୀ ମନୋଜ ନାୟକ, ମଣ୍ଡଳ ସଭାପତି ବିମ୍ବାଧର ଜେନା, ମନୋରଞ୍ଜନ ମହାନ୍ତି, ପରେଶ୍ ସାହୁ,ଅଭୟ ବିଶ୍ବାଳ, ଦେବେନ୍ଦ୍ର ନାୟକ, ମହେଶ୍ୱର ନାୟକ, ଭଗବାନ ପଣ୍ଡା, ସଚିନ୍ ଆର୍ଯ୍ୟାର୍ଯ୍ୟ, ବିଭୁଦତ ନାୟକ ଵିଜେପି ଜିଲ୍ଲା କୋଷାଧ୍ୟକ୍ଷ ଜୟପ୍ରକାଶ ମଲ୍ଲିକ୍ ଶତାଧିକ ବିଜେପି କର୍ମୀ ଏକ ବିରାଟ ପଟୁଆରରେ ପଦଯାତ୍ରା କରି ଚାରିବାଟିଆ ଠାରେ ପହଞ୍ଚିଥିଲେ। ଗାନ୍ଧୀଜୀ ଙ୍କ ପ୍ରତିମୃତି ରେ ମାଲ୍ୟାର୍ପଣ କରିବା ସହିତ ଘର କୁ ଘର ଵୁଲି ଏହି ପବିତ୍ର ପୀଠ ରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ମାଧ୍ୟମରେ ପବିତ୍ର ମାଟି ସଂଗ୍ରହ କରିଥିଲେ। ତା ସହିତ ବାସୁଦେବପୁର ସାମ୍ବାଦିକ ସଂଘ୍ ର ସମ୍ପାଦକ ନାରାୟଣ ଚନ୍ଦ୍ର ବାରିକ୍ ଚାରିବାଟିଆ ରେ ପହଞ୍ଚି ସାମ୍ବାଦିକ ସଂଘ ତରଫ ରୁ ଶ୍ରଦ୍ଧା ସୁମନ୍ ଦେଇଥିଲେ !ଆଜି କେବଳ ଜାତି ର ଜନକଙ୍କ କଥା ନୁହେଁ ପରନ୍ତୁ ଜୟ ଯବାନ ଜୟ କିଶାନର ନାରା ଦେଇଥିବା ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଲାଲବହାଦୁର ଶାସ୍ତ୍ରୀ ଙ୍କ ଅବଦାନ ବିଷୟରେ ସ୍ମୃତି ଚାରଣ କରିଥିଲେ ଭାରତୀୟ ଜନତା ପାର୍ଟି ର ନେତୃବର୍ଗ ! ବିଜେଡି ଦଳ ଓ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ କାର୍ଯକ୍ରମ ଆଜି ଅନୁଷ୍ଠିତ ହେବା ପାଇଁ ସୂଚନା ମିଳିଛି ! ଆଜି ର ପବିତ୍ର ଜନ୍ମ ଉତ୍ସବ ତିଥିରେ ଭାରତ ବର୍ଷ ର ଦୁଇ ମହାନାୟକ ଙ୍କୁ ଆମ ଅନୁଷ୍ଠାନ ତରଫରୁ ଶତକୋଟି ପ୍ରଣାମ !

Punil Kumar Samanta reporter

Leave a Reply

Your email address will not be published. Required fields are marked *