ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହି ମୃତ

-କାମାକ୍ଷାନଗର ଥାନା ୫୩ ନଂ ଜାତିୟରାଜପଥ ବାଲିଗୋରଡ ଗ୍ରାମ ନିକଟରେ ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ବାଲିଗୋରଡ ଗ୍ରାମର ଛବିଳ ସ୍ବାଇଁ। ସେ ପରିବା କିଣି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ବାଲିଗୋରଡ ଗ୍ରାମ ନୀକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।ଦୂର୍ଘଟଣା ଘଟାଇବା ପରେ ଗାଡିଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।ତେବେ କ୍ଷତିପୂରଣ ଦାବିରେ ଗ୍ରାମବାସିଙ୍କ ତରଫରୁ ରାସ୍ତା ଅବରୋଧ କରିଥିଲେ।ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଘଟଣାସ୍ଥଳରେ କାମାକ୍ଷାନଗର ବ୍ଲକ ଅଧକ୍ଷ ପହଞ୍ଚି ଜିଲ୍ଲା ରେଡକ୍ରସରୁ ଅର୍ଥରାଶି ଦେବାର ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଥିଲା। ଯାତାୟାତ ସ୍ବଭାବିକ ହୋଇଥିଲା। ପୋଲିସ ଶବ ଜବତ କରି ବ୍ୟବଛେଦ ପିଇଁ ପଠାଇବା ସହ ଅଧିକ ତଦନ୍ତ ଯାରି ରହିଛି।

Prakash Kumar Patra reporter

Leave a Reply

Your email address will not be published. Required fields are marked *