ମହାନତା ର ପରିଚୟ ଦେଲେ ଗାଁ ଲୋକେ

ଗାନ୍ଧୀ ଜୟନ୍ତୀ ରେ ମହାନ୍ କାର୍ଯ୍ୟ କଲେ ଗାଁ ଲୋକେ ଟିଟିଲାଗଡ଼ : ବଞ୍ଚି ରହିଛି ମଣିଷ ପଣିଆ , ଗାଁ ଲୋକେ ମଧ୍ୟ ସମାଜସେବା କରିବା ରେ କାହାଠାରୁ କମ୍ ନୁହନ୍ତି , ଯାହାର ଉଦାହରଣ ସାଜିଛନ୍ତି ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ସିହିନି ଗ୍ରାମ ପଞ୍ଚାୟତ କେନ୍ଦୁମୁଣ୍ଡି ଗାଁ ର ସ୍ବାମୀ ବିବେକାନନ୍ଦ କ୍ଳବ୍ ର ଯୁବଗୋଷ୍ଠୀ ।। ଆମ ଭାରତ ଦେଶରେ ବିଭିନ୍ନ ସମୟରେ ରକ୍ତ ଅଭାବରୁ ସହ ସହ ଜୀବନ ନଷ୍ଟ ହେବାର ଦେଖିବାକୁ ମିଳିଥାଏ , ଉକ୍ତ ଗ୍ରାମର ଏହି ଯୁବକମାନେ ଆଗାମୀ ଦିନରେ ରକ୍ତ ଅଭାବରୁ କାହାର ମୃତ୍ୟୁ ଯେମିତି ନ ହେଉ ତାହାକୁ ଦୃଷ୍ଟିରେ ରଖି ଆଜି ମହାତ୍ମାଗାନ୍ଧୀ ଜନ୍ମ ଜୟନ୍ତୀ ଉପଲକ୍ଷେ କେନ୍ଦୂମୁଣ୍ଡି ଗ୍ରାମ ର ସ୍କୁଲ୍ ଗ୍ରୁହରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରି ନିଜ ମହାନତା ର ପରିଚୟ ଦେଇଛନ୍ତି । ଏଥିରେ ଟିଟିଲାଗଡ଼ HDFC ବ୍ୟାଙ୍କ୍ ର ସାହାଯ୍ୟ କ୍ରମେ ସ୍ବାମୀ ବିବେକାନନ୍ଦ କ୍ଳବ୍ ର ସମସ୍ତ ଯୁବକ କାର୍ଯ୍ୟ କର୍ତ୍ତା ତଥା ଉକ୍ତ ଗାଁ ର ସମସ୍ତ ଗ୍ରାମବାସୀ ମିଶି ବହୁତ୍ ଉତ୍ସାହ ର ସହ ଏହି ଶିବିରକୁ ଅନୁଷ୍ଠିତ କରିଥିଲେ । ଏଥିରେ କ୍ଳବ୍ ର ଯୁବକ ତଥା ଆଖପାଖ ଗ୍ରାମର ଯୁବକ ମାନେ ରକ୍ତ ଦାନ କରିଥିଲେ । ଏଥିରେ ୨୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

Leave a Reply

Your email address will not be published. Required fields are marked *