ଇଣ୍ଟରଭ୍ୟୁ ଟାଇମ୍ସ” ର ୧୨ ତମ ସ୍ବନକ୍ଷତ୍ର ଦିବସ

ଜେକେ କାଗଜ କଳ ର କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ) ଶ୍ରୀ ବିନୟ ଦ୍ଵିବେଦୀ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ଦ୍ଵାରା ବେଷ୍ଟ ସି ଇ ଓ ଭାବେ ପୁରସ୍କୃତ ।”ଦି ଇଣ୍ଟରଭ୍ୟୁ ଟାଇମ୍ସ” ର ୧୨ ତମ ସ୍ବନକ୍ଷତ୍ର ଦିବସ ଗତ ତା ୦୨.୧୦୨୦୨୩ ଭୁବନେଶ୍ବର ସ୍ଥିତ ହୋଟେଲ୍ ସ୍ଵସ୍ତି ପ୍ରିମିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରେ ଓଡ଼ିଶାର 20 ଜଣ ପ୍ରେରଣା ଦାୟୀ ବ୍ୟକ୍ତିତ୍ୱ ଙ୍କୁ ସମ୍ମାନିତ କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜେକେ କାଗଜ କଳ ର କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ) ଶ୍ରୀ ବିନୟ ଦ୍ଵିବେଦୀ ଙ୍କୁ ତାଙ୍କର ଦକ୍ଷ ପରିଚାଳକ ଭାବରେ ଜେକେ କାଗଜ କଳକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିପାରିଛନ୍ତି। କର୍ମଚାରୀ ସୁରକ୍ଷା ଓ ମଙ୍ଗଳ ଭିତିକ କାର୍ଯ୍ୟକ୍ରମ କୁ ପ୍ରଧାନ୍ୟ ଦେଇ ଅତ୍ୟନ୍ତ ପ୍ରଶଂଶନୀୟ ହୋଇ ପାରିଛନ୍ତି। କାରଖାନା ର ଉନ୍ନତି ସଙ୍ଗେ ସଙ୍ଗେ ପାରିପାର୍ଶ୍ବିକ ଅଞ୍ଚଳର ଶିକ୍ଷା, ସ୍ଵାସ୍ଥ୍ୟ ଓ ଭିତ୍ତିଭୂମି ର ଉନ୍ନତି ନିମନ୍ତେ ସଦା ତତ୍ପର। ତାଙ୍କର ଏହି ପ୍ରେରଣାଦାୟୀ ପଦକ୍ଷେପ ଯୋଗୁଁ ଚଳିତ ବର୍ଷ ପାଇଁ ବେଷ୍ଟ ସି ଇ ଓ ଭାବେ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ର ୧୨ ତମ ସ୍ବନକ୍ଷତ୍ର ଦିବସରେ ଶ୍ରୀମତି ଅନୁ ଗର୍ଗ, ଡେଭେଲପମେଣ୍ଟ କମିଶନର ଓ ଅତିରିକ୍ତ ମୁଖ୍ୟ ସଚିବ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ଦ୍ଵିବେଦୀ ଙ୍କୁ ପୁରଷ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଦିଲ୍ଲୀପ ରାଉତରାୟ, ନିର୍ଦ୍ଦେଶକ, ସଂସ୍କୃତି ବିଭାଗ, ଓଡିଶା ସରକାର, ପଦ୍ମଶ୍ରୀ ସୁଦର୍ଶନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଖବର ପ୍ରକାଶିତ ହେବା ପରେ ଜେକେ କାଗଜ କଳ ର କର୍ମଚାରୀ ଗହଣରେ ଆନନ୍ଦ ର ଲହରି ଖେଳି ଯାଇଛି।

ନୀଳାମ୍ବର ମିଶ୍ର ରାୟଗଡା reporter

Leave a Reply

Your email address will not be published. Required fields are marked *