ବିଜେଡି ର ଜନସମ୍ପର୍କ ପଦଯାତ୍ରା

ବିଜେଡି ର ଜନସମ୍ପର୍କ ପଦଯାତ୍ରା ଡେଲାଙ୍ଗ,୨/୧୦ ଡେଲାଙ୍ଗ ବ୍ଲକରେ ଆଜି ପବିତ୍ର ଗାନ୍ଧି ଜୟନ୍ତି ଅବସରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ବିଧାୟକ ରୂଦ୍ରପ୍ରତାପ ମହାରଥୀଙ୍କ ସହିତ ଡେଲାଙ୍ଗ ବ୍ଲକ ଚେୟାରମ୍ୟାନ ବାସନ୍ତି ସାହୁ ଭାଇସ ଚେୟାରମ୍ୟାନ ଦୁର୍ବାଷା ନିଶଂକ , ପ୍ରାକ୍ତନ ବ୍ଲକ ଚେୟାରମ୍ୟାନ ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ପିପିଲି ବ୍ଲକ ବିଜେଡି ସଭାପତି ତଥା ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ବାଇଁ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ବନି ନନ୍ଦ, ଯୁବ ବିଜେଡି ଜିଲ୍ଲା ସଭାପତି ନାରାୟଣ ସ୍ବାଇଁ, ଜିଲ୍ଲାପରିଷଦ ଧରଣୀଧର ସାହୁ,ପୁରୀ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କିଶୋର ଚନ୍ଦ୍ର ଛୋଟରାୟ,ପିପିଲି ଏନଏସି ଅଧ୍ୟକ୍ଷ ଏସକେ ବାବୁ , ଉପାଧ୍ୟକ୍ଷ ଭାଗ୍ଯବତୀ ମହାରଣା , ପିପିଲି ଏନଏସିର ସାଂସଦ ପ୍ରତିନିଧି ସେକ ଆବିଦ, ପୁର୍ବତନ ଜିଲ୍ଲାପରିଷଦ ମଳୟ ମହାନ୍ତି, ବିଜେଡି ବ୍ଲକ ସଭାପତି ବୈରାଗୀ ଜେନା ଙ୍କ ସମେତ ଦଳୀୟ ନେତ୍ରୂବୂନ୍ଦ , କର୍ମୀ ଗ୍ରହଣରେ ବେରବୋଇ ସ୍ଥିତ ପବିତ୍ର ଗାନ୍ଧି ପୀଠରେ ପହଞ୍ଚି , ଗାନ୍ଧୀଙ୍କ ପ୍ରତ୍ତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରୁ ବିଶାଳ ପଦଯାତ୍ରା ରେ ବାହାରି ଡେଲାଙ୍ଗ ହାଟ ବଜାର ସ୍ଥିତ ବିଜୁ ପଟ୍ଟନାଯକ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ପୁଷ୍ପ ମାଲ୍ୟାର୍ପଣ କରିବାସହ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିଥିଲେ। ଏହି ଜନସମ୍ପର୍କ ପଦଯାତ୍ରା ଅକଟୋବର ୨ ତାରିଖରୁ ଆରମ୍ଭ ହୋଇ ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ସଚେତନତା ଶୋଭା ଯାତ୍ରା କରାଯିବ! ଅନ୍ୟମାନଙ୍କ ମଧ୍ୟରେ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ, ବିଜୟ ରାଉତରାୟ,ସୁଦୀପ୍ତ ନାୟକ, ସୌମ୍ୟ ରଞ୍ଜନ ରାଉତ, ନବଘନ ପ୍ରଧାନ, ଦୁର୍ଯ୍ୟୋଧନ ସାହୁ ପ୍ରମୁଖଙ୍କ ସହ ବିଜେଡି ର ଶତାଧିକ ମହିଳା ପୁରୁଷ କର୍ମୀ ଯୋଗ ଦେଇଥିଲେ !

Leave a Reply

Your email address will not be published. Required fields are marked *