ତମାଖୁ ବ୍ୟବସାୟୀମାନଙ୍କ ଉପରେ ଚଢ଼ାଉ

ଆଜି ଜିଲ୍ଲା ପ୍ରଶାସନ ଓ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ତରଫରୁ ପୁରୀ ମୁନିସିପାଳିଟି ବିଭିନ୍ନ ଶିକ୍ଷାନୁଷ୍ଠାନ ଅଂଚଳରେ ବେଆଇନି ତମାଖୁ ବ୍ୟବସାୟୀମାନଙ୍କ ଉପରେ ଚଢ଼ାଉ କରାଯାଇଛି ଓ ଟ2600/- ଜୋରିମାନା ଆଦାୟ କରାଯାଇଛି ଓ ବିପୁଳ ପରିମାଣର ତମାଖୁ ପଦାର୍ଥକୁ ନଷ୍ଟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଅଶୋକ କୁମାର ମିଶ୍ର,ଖାଦ୍ୟ ସୁରକ୍ଷା ଅଧିକାରୀ ବେଦଶ୍ରୀ ସାହୁ, ଅବକାରୀ ଅଧିକାରୀ, ଜିଲ୍ଲା ତମାଖୁ ନିୟନ୍ତ୍ରଣ ଅଧିକାରୀ ଡା ସୁଶାନ୍ତ କୁମାର ବିଶ୍ୱାଳ ଓ ପୁରୀ ପୋଲିସ ମିଳିତ ଭାବରେ ଚଢ଼ାଉ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ର ସମସ୍ଥ ଅଂଚଳରେ ଜାରୀରହିବ।

Leave a Reply

Your email address will not be published. Required fields are marked *