ପିପିଲି ଏନଏଏସିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ପିପିଲି ଏନଏଏସି ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଙ୍କ ନେତୁତ୍ବ ରେ ପିପିଲି ବିଜେଡି କାର୍ଯ୍ୟାଳୟ ଠାରୁ ପଦଯାତ୍ରା ବାହାରି ପିପିଲି ଏନଏଏସି ର ୧୬ଗୋଟି ୱାର୍ଡ ପରିକ୍ରମା କରିଥିଲା। ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା ଜନହିତକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ଲୋକ ମାନଙ୍କ ପାଖରେ ପହଁଚି ଲୋକ ମାନଙ୍କ ସହିତ ଆଲୋଚନା କରିଥିଲେ ରୁଦ୍ର । ପିପିଲି ଏନଏଏସି ର ବିଭିନ୍ନ ୱାର୍ଡ ର ମହିଳା ମାନେ ପୁଷ୍ପମାଲ୍ୟ ଦେଇ ବିଧାୟକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଶୋଭା ଯାତ୍ରା ରେ ପିପିଲି ଏନଏଏସି ଚେୟାରମ୍ୟାନ ସେକ ବାବୁ, ପିପିଲି ଏନଏଏସି ବିଜେଡି କାଉନସିଲର ଙ୍କ ସମେତ ବିଜେଡି ର ବରିଷ୍ଠ ନେତୁତ୍ବ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *