ଭଦ୍ରକର ପ୍ରସିଦ୍ଧ ଟୋକାଗଣେଶ ତରଫରୁ ଫଳବଣ୍ଟନ

ଭଦ୍ରକର ପ୍ରସିଦ୍ଧ ଟୋକା ଗଣେଶ ପୂଜାକମିଟି ତରଫରୁ ପ୍ରତିବର୍ଷ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଫଳବଣ୍ଟନ କରାଯାଇଥାଏ ଏ ବର୍ଷ ମଧ୍ୟ ଫଳବଣ୍ଟନ କରାଯାଇଅଛି। ଆଜି ସକାଳ ୧୦ ଘଟିକା ସମୟ ଭଦ୍ରକ ମେଡିକାଲରେ ୩୦୦ ରୁ ଉର୍ଦ୍ଧ୍ୱ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ,ଟୋକା ଗଣେଶ (ଚାନ୍ଦି ମେଢ) ର କୋଷାଧ୍ୟକ୍ଷ କୌଳାସ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ଟୋକା ଗଣେଶ ଉପ ସଭାପତି,ସେକ୍ରେଟାରୀ,ବହୁ ବୁଦ୍ଧିଜୀବି ଉପସ୍ଥିତରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଇଥିଲେ। ଟୋକା ଗଣେଶ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତ ରହି ଫଳ ବଣ୍ଟନ କରାଯାଇଥିଲା। ବିଘ୍ନ ବିନାଶକ ପ୍ରଭୁ ବିନାୟକ ଏକ ମାସ ଧରି ପୂଜା ପାଇଁ ଥାଆନ୍ତି, ଟୋକା ଗଣେଶ ତରଫ ରୁ ବିଭିନ୍ନ କାର୍ଯ୍ୟକ୍ରମ ରଖିଥାଆନ୍ତି। ପ୍ରତିବର୍ଷ ପରି ଫଳ ବଣ୍ଟନ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବେ କରାଯାଇଥିଲା।
