କଂଗ୍ରେସ ପକ୍ଷରୁ ଜନ ସଂମ୍ପର୍କ ପଦଯାତ୍ରା

ଜାତୀୟ କଂଗ୍ରେସ ପକ୍ଷରୁ ଅଖିଳ ଭାରତୀୟ କଂଗ୍ରେସ ସଭାପତି ଙ୍କ ନିର୍ଦ୍ଦେଶ ରେ ସାରା ଦେଶରେ ଘର ଘର ଚାଲ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଜ୍ୟ ପିସିସି ସଭାପତି ଶରତ ପଟନାୟକ ଆଦେଶରେ ସାରା ରାଜ୍ୟରେ ଚାଲିଥିବା ବେଳେ ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀ ରେ ଏକ ଜନ ସଂମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି । ନିମାପଡା ବ୍ଲକ ଜାତୀୟ କଂଗ୍ରେସ ସଭାପତି ବିଜୟ କୁମାର ପ୍ରଧାନ ନେତୃତ୍ୱରେ ତୁଳସୀପୁର ପଞ୍ଚାୟତରେ ପଞ୍ଚାୟତ ସଭାପତି ରଘୁନାଥ ବେହେରା ଙ୍କ ସହଯୋଗ ରେ ଏକ ଘର ଘର ଚାଲ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ଜିଲା କାର୍ୟ୍ଯ କାରିଣୀ ସଭ୍ୟ ରାମଚନ୍ଦ୍ର ଜେନା ଅଜୟ କୁମାର ବାରିକି ,ବ୍ଲକ ଉପସଭାପତି ବିଜୟ କୁମାର ମଲ୍ଲିକ ,ଚରପଦା ପଞ୍ଚାୟତ ସଭାପତି ସନ୍ତୋଷ ବେହେରା ,ଅନ୍ତୁଆର ପଞ୍ଚାୟତ ଉପସଭାପତି ରଶ୍ମିରଞ୍ଜନ ସ୍ୱାଇଁ ଯୋଗ ଦେଇ ପଞ୍ଚାୟତରେ ପ୍ରତି ଗ୍ରାମକୁ ଯାଇ ଘରକୁ ଘର ଯାଇ ଲୋକଙ୍କ ସମସ୍ୟା ଉପରେ ବୁଝିବା ସହିତ ଆଗାମୀ ଦିନରେ ଦଳ କିଭଳି ଭାବେ ପଞ୍ଚାୟତରେ ଭଲ କାମ କରିବ ଲୋକଙ୍କୁ ବିଝାଇ ଥିଲେ ।ଏହିକାର୍ଯ୍ୟକ୍ରମ ରେ ଲକ୍ଷ୍ମୀଧର ବେହେରା ,ରଶ୍ମିରଞ୍ଜନ ସ୍ୱାଇଁ ଶରତ ବାରିକ ,ବିନୟ ସ୍ୱାଇଁ ,ବାବୁଲି ମଲ୍ଲିକ ,ପ୍ରମୋନ୍ଦ ଗୋଛୟତ ,ପବିତ୍ର ପ୍ରଧାନ ,ସୁଧୀର ପ୍ରଧାନ , ନରେଶ ଗୋଛୟତ , କ୍ଷମାନିଧି ସାହୁ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।