ତମାଖୁ ବ୍ୟବସାୟୀ ମାନଙ୍କ ଉପରେ ଚଢ଼ାଉ

ଆଜି ଜିଲ୍ଲା ପ୍ରଶାସନ ଓ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ତରଫରୁ ପୁରୀ ମୁନିସିପାଳିଟି ବିଭିନ୍ନ ଶିକ୍ଷାନୁଷ୍ଠାନ ଅଂଚଳରେ ବେଆଇନି ତମାଖୁ ବ୍ୟବସାୟୀ ମାନଙ୍କ ଉପରେ ଚଢ଼ାଉ କରାଯାଇଛି ଓ ଟ2000/- ଜୋରିମାନା ଆଦାୟ କରାଯାଇଛି ଓ ବିପୁଳ ପରିମାଣର ତମାଖୁ ପଦାର୍ଥକୁ ନଷ୍ଟ କରାଯାଇଛି।ତମାଖୁ advertising LED Display Board କୁ ଜବତ କରି ନଷ୍ଟ କରାଯାଇଛି, ଯାହାର ମୂଲ୍ୟ ଲକ୍ଷ୍ୟାଧିକ ଟଙ୍କା ହେବ। ଏହି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଅଶୋକ କୁମାର ମିଶ୍ର,ଖାଦ୍ୟ ସୁରକ୍ଷା ଅଧିକାରୀ ବେଦଶ୍ରୀ ସାହୁ, ଜିଲ୍ଲା ତମାଖୁ ନିୟନ୍ତ୍ରଣ ଅଧିକାରୀ ଡା ସୁଶାନ୍ତ କୁମାର ବିଶ୍ୱାଳ ଓ ସମୁଦ୍ର କୁଳ ଥାନାର ପୋଲିସ ଅଧିକାରୀ ମିଳିତ ଭାବରେ ଚଢ଼ାଉ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ର ସମସ୍ଥ ଅଂଚଳରେ ଜାରୀରହିବ।

Leave a Reply

Your email address will not be published. Required fields are marked *