ରାଇକିଆ ବ୍ଲକ ରେ ଘରେ ଘରେ ହାତ ଘରେ ଘରେ କଂଗ୍ରେସ

ରାଇକିଆ : ରାଜ୍ୟରେ ବିଜେଡି ସରକାର ଏବଂ କେନ୍ଦ୍ର ରେ ବିଜେପି ସରକାର ଥିବା ସକାଶେ ଓଡିଶା ରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ଅଧକ୍ଷ ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ତତ୍ଵାବଧାନ ରେ ରାଇକିଆ ବ୍ଲକ କଂଗ୍ରେସ ତରଫ ରୁ ରାଇକିଆ ବ୍ଲକ ର 12 ଗୋଟି ପଂଚାୟତ ର ବିଭିନ୍ନ ଗ୍ରାମ ରେ ପ୍ରତି ଘର କୁ ଘର ବୁଲି ବେକାରୀ ସମସ୍ୟା, ବିପଯ୍ୟସ୍ତ ଡାକ୍ତରୀ ବ୍ୟବସ୍ଥା, ବସ୍ତି ବାସିନ୍ଦାଓ ଗରିବ ଲୋକଙ୍କର ବାସହୀନ ର ବ୍ୟବସ୍ତା ନେଇ ସମସ୍ୟା ବୁଝିବା ସହିତ ବିଜେଡି ସରକାର ର ୨୩ ବର୍ଷ ର ମହା ଦୁର୍ନୀତି ର ଚିଠା, ବିଜେପି ର ପ୍ରତିଶୃତି ଓ ପ୍ରତାରଣା, ଏବଂ କଂଗ୍ରେସ ଶାସନ ର ଓଡିଶା ପ୍ରତି ଅବଦାନ କୁ ନେଇ ସମସ୍ତ ଜନସାଧାରଣ ଙ୍କୁ ଅବଗତ କରାଇବା ସହିତ ଆଜି ରାଇକିଆ ବ୍ଲକ ଠାରେ ଶହ ଶହ କଂଗ୍ରେସ କର୍ମୀ ଏକାଠି ହୋଇ ଚୁନପଲି ଚକ ଠାରୁ ଆରମ୍ଭ କରି ବେରେଡାକିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ରେ ବାହାରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ରାଇକିଆ ବ୍ଲକ କଂଗ୍ରେସ କମିଟି ସଭାପତି କ୍ରିଷ୍ଣା ପ୍ରିୟା ପ୍ରଧାନ, ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ବିସ୍ମୟ ମହାପାତ୍ର, କଂଗ୍ରେସ ନେତା ପଞ୍ଚାନନ ଦିଗାଲ, ଜିଲ୍ଲା ପରିଷଦ ସତ୍ୟବାନ୍ ପାତ୍ର,ଜିଲ୍ଲା ସଭାପତି ଅନାମ ନାୟକ, ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା, କଂଗ୍ରେସ ଯୁବ ନେତା ଅଭିଷେକ ଦଳବେହେରା,ମନୋଜ ଦିଗାଲ ,ଜିଲ୍ଲା କଂଗ୍ରେସ st cell ସଭାପତି ବିରେନ୍ଦ୍ର ପ୍ରଧାନ, ଯଜ୍ଞସେନ୍ ପାତ୍ର,ବିଜୟ ସାହୁ ,ଭାସ୍କର ପ୍ରଧାନ ଙ୍କ ସହିତ ଶହ ଶହ କଂଗ୍ରେସ କର୍ମୀ କାଯ୍ୟକ୍ରମରେ ସାମିଲ ଥିଲେ।

ରିପୋର୍ଟ : ପ୍ରଦାନ ନୃସିଂହ ଚରଣ ଦାଶ,

Leave a Reply

Your email address will not be published. Required fields are marked *