ଭଦ୍ରକ ବିଧାୟକଙ୍କୁ ପଞ୍ଚାୟତ ରୁ ବିରୋଧ ଆରମ୍ଭ

ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ଗତ 2019 ନିର୍ବାଚନରେ 30 ହଜାରରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ବିଜୟୀ ହୋଇ ସଂଜୀବ ମଲ୍ଲିକ ବିଧାୟକ ହୋଇଥିଲେ l ସେତେବେଳେ ସବୁଆଡୁ ତାଙ୍କୁ ସମର୍ଥନ ମିଳିଥିଲା l ସେ ସମୟରେ ଅନେକ ପ୍ରତିଶୃତି ଲୋକଙ୍କୁ ଦେଇଥିଲେ ମଧ୍ୟ କିଛି ବି ପୁରଣ କରି ପାରିଲେ ନାହିଁ l ଆଉ ନିର୍ବାଚନ ମାତ୍ର 4 ମାସ ରହିଲା ଲୋକଙ୍କର କାମ ହେଲା ନାହିଁ l ଏବେ ପୁଣି ପୌରପାଳିକା ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ଭୋଟରଙ୍କ ପାଖକୁ ବିଧାୟକ ପଦଯାତ୍ରା ମାଧ୍ୟମରେ ଯାଉଛନ୍ତି କିନ୍ତୁ ତାଙ୍କୁ ବିରୋଧ କରିବା ସହିତ ସଂଜୀବ ମଲ୍ଲିକ Go back କହି ଲୋକେ ଅସନ୍ତୋଷ ଜାହିର କଲେଣି l ଏପରି ଅବସ୍ଥାରେ ଗତକାଲି ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧ ଆରମ୍ଭ ହୋଇଛି l ଏହି ନିର୍ବାଚନମଣ୍ଡଳୀର 25 ନଂ ଜୋନ କାଉପୁର ଠାରେ ଗତକାଲି ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯିବା ସମୟରେ ଗ୍ରାମବାସୀ ଓ ଆସନ୍ତୁଷ୍ଟ କର୍ମୀ ଓ ଭୋଟର ଏହି ପଦଯାତ୍ରାକୁ ବିରୋଧ କରିଥିଲେ ଏବଂ ଗୋ ବେକ ନାରାରେ କମ୍ପି ଉଠିଲା ସଭାସ୍ଥଳୀ l ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ଗ୍ରାମବାସୀ ଓ ଆସନ୍ତୁଷ୍ଟଙ୍କ ବିରୋଧ ଏବେ ମୁଖ୍ୟ ଚର୍ଚ୍ଚାରେ ଅଛି l ଆଗକୁ ସବୁ ପଂଚାୟତ ରେ ବିରୋଧ ଜୋର କରାଯିବ ବୋଲି ଆସନ୍ତୁଷ୍ଟ କର୍ମୀ ଓ ଭୋଟର କହି ବୁଲିଲେଣି l

Leave a Reply

Your email address will not be published. Required fields are marked *