ଆଗାମୀ ନିର୍ବାଚନ ୨୦୨୪ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

ଆଜି କ.ନୂଆଗାଁ ବ୍ଲକ ବିଜେଡି ତରଫରୁ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ପାଳନ କରାଯାଇଛି। କ.ନୂଆଗାଁ ଡାକ ବଙ୍ଗଳା ଠାରେ ମାନନୀୟ ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣି କଂହର ପ୍ରବାଦ ପୁରୁଷ ଶ୍ରୀ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ।କ.ନୂଆଗାଁ ଡାକବଙ୍ଗଳା ଠାରୁ ଜନସମ୍ପର୍କ ପଦଯାତ୍ରା ବାହାରି ସିର୍ତ୍ତିଗୁଡ଼ା ଗ୍ରାମପଞ୍ଚାୟତ ରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସମସ୍ତ ପଞ୍ଚାୟତ ର ଶତାଧିକ ମହିଳା, ପୁରୁଷ ବିଜେଡି କର୍ମୀ ଯୋଗଦେଇଥିଲେ।କ.ନୂଆଗାଁ ବିଜେଡି ବ୍ଲକ ସଭାପତି ଶ୍ରୀ ଭାଗ୍ୟବାନ ବେହେରା ଙ୍କ ତତ୍ୱବାଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ବିଜେଡି ସଭାପତି ତଥା ସାଂସଦ ପ୍ରତିନିଧି ଶ୍ରୀ ଟୁନା ଦାସ ଙ୍କ ସହ ଜିଲ୍ଲା ଉପାଧ୍ୟକ୍ଷ ଶ୍ରୀମତୀ ନନ୍ଦିନୀ ମଳିକ କ.ନୂଆଗାଁ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ସୁଲଚନା ଦଲାବେହେରା ଭାଇସ ଚେୟାରମାନ ଶ୍ରୀ ଧବଳେଶ୍ବର ପାତ୍ର ଜିଲ୍ଲା ପରିଷଦ ଶ୍ରୀମତୀ ଅନିତା ମଳିକ କ.ନୂଆଗାଁ ବ୍ଲକ ଏମ୍ ଏଲ ରିପ୍ରେଞ୍ଜେଣ୍ଟିବ ଶ୍ରୀ ସହଦେବ ପାତ୍ର ଯୁବ ଛାତ୍ର ଜନତା ଦଳ ବ୍ଲକ ସଭାପତି ଶ୍ରୀ କୁମୁଦ ମଳିକ ସମେତ ଅନ୍ୟାନ୍ୟ ଜିପି ର ସମସ୍ତ ବିଜେଡି କର୍ମୀ ଉପସ୍ଥିତ ଥିଲେ।

ରିପୋର୍ଟ-ନିଗମାନନ୍ଦ ପୂଜାରୀ

Leave a Reply

Your email address will not be published. Required fields are marked *