ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ର ଗୋଡ଼ା ପଂଚାୟତ ଠାରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ବିଜୁ ଜନତା ଦଳ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ସେହିପରି ଆଜି ଜଗତସିଂହପୁର ଜିଲ୍ଲା ର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ର ଗୋଡ଼ା ପଂଚାୟତ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏହି ଜନ ସମ୍ପର୍କ ପଦଯାତ୍ରା କରାଯାଇଛି । ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କ ନେତୃତ୍ୱରେ ବହୁ ବିଜେଡି ନେତା ଓ କର୍ମୀମାନେ ସାମିଲ ହୋଇ ଓଡ଼ିଶାର ବିକାଶର ବାର୍ତ୍ତା କିପରି ସାଧାରଣ ଲୋକ ଙ୍କ ନିକଟରେ ପହଞ୍ଚିବ ଓ ବିଭିନ୍ନ ଜନହିତକର ଯୋଜନା କିପରି ଘରେ ଘରେ ପହଞ୍ଚିବା ସେ ନେଇ ଏହି ଜନ ସମ୍ପର୍କ ପଦଯାତ୍ରା ର ଲକ୍ଷ୍ୟ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ପ୍ରଶନ ପଟଶାଣୀ, ନାରୀ ନେତ୍ରୀ ମୀରା ଦାସ, ଯୁବ ନେତା ଶାରଦା ଜେନା, ଜିଲ୍ଲା ସଭାପତି ରବି ନାରାୟଣ ଜେନା, ବାଲିକୁଦା ବ୍ଳକ ଅଧ୍ୟକ୍ଷ ପ୍ରକାଶ ପ୍ରଧାନ, ଏରସମା ବ୍ଳକ ଅଧ୍ୟକ୍ଷ। ଲଷ୍ମୀ ପ୍ରିୟା ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଜୁ ଜନତା ଦଳର ଯୋଜନା ସମ୍ପର୍କରେ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *