ବିଶ୍ଵ ଚକ୍ଷୁ ଦିବସ ୨୦୨୩

ଟିଟିଲାଗଡ଼ : ଆଜି ବିଶ୍ଵ ଚକ୍ଷୁ ଦିବସ ଅବସରରେ ଟିଟିଲାଗଡ଼ ଏସ୍ .ସି .ଡ଼ି . ଆଖି ଡାକ୍ତର ଖାନା ପକ୍ଷରୁ ସହର ମଧ୍ୟରେ ଏକ ସଚେତନତା ରାଲି କରିବା ସହ ଡାକ୍ତର ଖାନା ଅନେକ ଚକ୍ଷୁ ରୋଗୀଙ୍କର ଚକ୍ଷୁ ପରିକ୍ଷା ଏବଂ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯିବା ସହ ସମସ୍ତ ସ୍କୁଲ ପିଲା ଙ୍କୁ ନେଇ ବିଶ୍ଵ ଚକ୍ଷୁ ଦିବସ ବିଷୟ ରେ ପ୍ରବନ୍ଧ ପ୍ରତିଯୋଗିତା ଏବଂ ଟିଟିଲାଗଡ଼ ଲାୟନ୍ସ କ୍ଳବ୍ ତରଫରୁ ଥଣ୍ଡା ପାନୀୟ ଜଳ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଅନୁଷ୍ଠାନର ସମ୍ପାଦକ ଶ୍ରୀମତୀ ଅଞ୍ଜଳି ବେହେରାଙ୍କ ନେତୃତ୍ବରେ ଶ୍ରୀ ଏମ୍ ଏମ୍ ଦାସ୍ , ଶ୍ରୀ ଅମିତାଭ୍ ବେହେରା , ତାପସ୍ ମହାରଣା , ପରେଶ୍ ବାଗ୍ , ପ୍ରଦୀପ ଯୋଶୀ , ପ୍ରାଣ ରଞ୍ଜନ ସାଗର , ସୁମିତ୍ ପ୍ରଧାନ୍ ଙ୍କ ସମେତ ଡାକ୍ତରଖାନା ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଟିଟିଲାଗଡ଼ ରୁ ଭବାନୀ ପ୍ରଶାଦ ଷଡ଼ଙ୍ଗୀ