ଜଟଣୀରେ କମ୍ପିଲା ବିଜୁ ଜନତା ଦଳର ବିଶାଳ ଜନସମ୍ପର୍କ ପଦଯାତ୍ରା

ଜଟଣୀରେ ବିଜୁ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ବଳବନ୍ତରାଏ ଙ୍କ ନେତୃତ୍ଵରେ ହଜାର ହଜାର ମହିଳା, ପୁରଷ, ଜୁବକ ମାନଙ୍କୁ ନେଇ ବିଶାଳ ସମାବେଶର ସହିତ ଜନ ସମ୍ପର୍କ ପଦଯାତ୍ରା ମହା ଆଡମ୍ବରରେ ଶୁଭ ଆରମ୍ଭ ହୋଇ ଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା କିଭଳି ପ୍ରତେକ ଲୋକଙ୍କ ପାଖରେ ପହଁଚିବ ଏବଂ ଜନସାଧାରଣ କିଭଳି ଉପକୃତ ହେବେ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ପ୍ରୟାସ। ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ସାରିଛି। ରାଜ୍ୟର ପ୍ରତେକ ସହରାଞ୍ଚଳ, ଗ୍ରାମାଞ୍ଚଳରେ ଏହି ଜନ ସମ୍ପର୍କ ପଦଯାତ୍ରାରେ ସମସ୍ତ ରାଜ୍ୟ ବାସୀ ସାମିଲ ହେବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ଏହି ପରିପ୍ରେକ୍ଷୀରେ ଜଟଣୀରେ ଜନ ସମ୍ପର୍କ ପଦଯାତ୍ରା ପଞ୍ଚାୟତ କର୍ଯାଳୟ ଠାରୁ ମୋ ଜଟଣୀ ଟାଉନ୍ ହଲ୍ ଶ୍ରଷ୍ଠା ପର୍ଯ୍ୟନ୍ତ ପହଞ୍ଚି ଥିଲା। ବିଶେଷ କରି ଏହି ପଦଯାତ୍ରା ରେ ଜଟଣୀ ବିକାଶ ପରିଷଦର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା, ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା ପ୍ରବୃତ୍ତି ଯୋଗ ଦେଇଥିଲେ। ଏତଦବ୍ୟତୀତ ଏସଏଚଜି, ମିଶନଶକ୍ତିର ମହିଳାଙ୍କ ସମେତ ଏକତ୍ରିତ ହୋଇ ସହର ପରିକ୍ରମା କରିଥିଲେ।

Leave a Reply

Your email address will not be published. Required fields are marked *