ରାୟଗଡ଼ା ଡିଗ୍ରୀ ମଡେଲ ମହାବିଦ୍ୟାଳୟରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ର କେନ୍ଦ୍ରୀୟ ଜନସମ୍ପର୍କ କାର୍ଯ୍ୟାଳୟ, ଜୟପୁର ଶାଖା ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ରାୟଗଡା ସ୍ଥିତ ମଡେଲ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି। ମୋ ମାଟି ଓ ମୋ ଦେଶ ଏବଂ ମିଶନ ଲାଇଫ ଉପରେ ଏକ ପଦଯାତ୍ରା କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ. ବିପ୍ରନାରାୟଣ ମଲ୍ଲିକ୍ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ଅନୁଷ୍ଠିତ ସଚେତନତା ଆଲୋଚନାକୁ ଡଃ ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଏବଂ ନିଜର ବକ୍ତବ୍ୟରେ କହିଲେ ଯେ ଭାରତ ହେଉଛି ଏକ ତ୍ୟାଗର ଦେଶ ।ବର୍ତ୍ତମାନର ଯୁବ ପିଢ଼ି ଭାରତ ଉପରେ ବିଶ୍ୱାସ ପ୍ରକଟ କରି ଆତ୍ମ ନିର୍ଭରଶୀଳ ହେବl ଉଚିତ ଏବଂ ଭାରତର ସ୍ୱାଧୀନତା ପାଇଁ ଯେଉଁ ଯଶସ୍ବୀ ସ୍ୱାଧୀନତା ସଂଗ୍ରାମୀ ମାନେ ସ୍ୱାଧୀନତା ପାଇଁ ତ୍ୟାଗ କରିଛନ୍ତି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ରହିବା ଉଚିତ l ସ୍ୱାଭିମାନ ଭାରତ ଆମର କାମ୍ୟ l ବିଶିଷ୍ଟ ବକ୍ତା ରୂପେ ସଞ୍ଜୟ ଦାଶ, ଜଙ୍ଗଲ ବିଭାଗର ରେଞ୍ଜର ଯୋଗ ଦେଇଥିଲେ। ଅନ୍ୟତମ ବକ୍ତା ଭାବେ ଅଜୟ ପାଣିଗ୍ରାହୀ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ଅନ୍ୟତମ ବିଶିଷ୍ଟ ଅତିଥିଭାବେ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକୋ ସମ୍ପର୍କ ଅଧିକାରୀ, ରାୟଗଡା ଆଦି ଯୋଗ ଦେଇ ମୋ ମାଟି ମୋ ଦେଶ ର ମହତ୍ତ୍ଵ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା। ଶେଷରେ ଜନ ସମ୍ପର୍କ କାର୍ଯ୍ୟାଳୟ ର ଅଧିକାରୀ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନେ ଉପସ୍ଥିତ ରହି ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।

ରିପୋର୍ଟ-ନୃସିହ ଚରଣ ବାରିକ

Leave a Reply

Your email address will not be published. Required fields are marked *