ଆମ ଓଡିଶା ନବୀନ ଓଡିଶା’

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଐତିହାସିକ ପଦକ୍ଷେପ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାର ଶୁଭ ଆରମ୍ଭ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ। ଗ୍ରାମାଞ୍ଚଳ ଭିତିଭୂମିର ରୂପାନ୍ତରଣ ସହ ଆଧ୍ୟାତ୍ମିକ ମୂଲ୍ୟବୋଧର ଭିତ୍ତିକୁ ଆହୁରି ସୃଦୃଢ଼ କରିବା ଆଜି ଠାରୁ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ‘ଆମ ଓଡିଶା ନବୀନ ଓଡିଶା’। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପ୍ରତି ପଞ୍ଚାୟତରେ 50 ଲକ୍ଷ ଲେଖାଏଁ ଖର୍ଚ୍ଚ ହେବ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି ତଥା ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ସହ ଡିଜିଟାଲ ଭିତ୍ତିଭୂମିର କରାଯିବ ବିକାଶ। ବ୍ୟାପକ ହେବ ଜଗନ୍ନାଥ ସଂସ୍କୃତିର ପ୍ରସାର, ସୃଦୃଢ଼ ହେବ ଡିଜିଟାଲ ଭିତିଭୂମି।ଏହି କାର୍ଯ୍ୟକ୍ରମରେ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ Ranendra Pratap Swain , ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷାଙ୍କ ସମେତ ପ୍ରତ୍ୟେକଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *