ଅନେକ ଖାଦ୍ୟ ଦୋକାନ ରେ ଅଚାନକ ଚଢ଼ାଉ କରିଛି ଫୁଡସେଫଟି ଟିମ୍

ଖାଦ୍ୟ ହେଉଛି ମଣିଷ ଜୀବନ ର ଏକ ଅଂଶ, ଏକ ଜୀବନ ପରିଚାଳନା କରିବାରେ ଖାଦ୍ୟ ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଯଦି ସେହି ଖାଦ୍ୟ ଖାଇ ମଣିଷ ରୋଗରେ ପଡେ ତାହେଲେ ସେଥିପାଇଁ ଦାୟୀ କିଏ ରହିବ, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ। ଆମେ ଦେଖାଉଛୁ କାକଟପୁର ବ୍ଳକର କାକଟପୁର ର ବହୁ ପ୍ରତିଷ୍ଠିତ ବାବାଜୀ ସାହୁ ମିଠା ଦୋକାନର ଚିତ୍ର।ବିଗତ ଦିନରେ ଖାଦ୍ୟ ରେ ଏକ ପୋକ ପଡିଥିବା ସୋସିଆଲ ମିଡ଼ିଆ ରେ କିଛି ପୋଷ୍ଟ ହୋଇଥିଲା ଯାହାକୁ ନେଇ ଗତକାଲି ଫୁଡସେଫଟି ଟିମ୍ ଚଢ଼ାଉ କରି ଟିକନିକ କରି ଖାଦ୍ୟ ର ମାନ ଯାଞ୍ଚ କରିବା ସହିତ ପ୍ରସ୍ତୁତି ପ୍ରଣାଳୀ କୁ ଯାଞ୍ଚ କରିଥିଲା ଏହି ସ୍ୱତନ୍ତ୍ର ଟିମ୍, ଘଟଣା ସ୍ଥଳ ରେ ବହୁ ବାସୀ ଖାଦ୍ୟ, କେମିକାଲ, ଜବତ କରି ସେଥିରେ ସର୍ଫ ଗୁଣ୍ଡ ପକାଇ ନଷ୍ଟ କରିଥିଲା ପୋଲିସ, କାକଟପୁର ପୋଲିସ ଆଉ ଖାଦ୍ୟ ନିରାପତ୍ତା ବିଭାଗ ର ଏଭଳି କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି ଯାତ୍ରୀ କେବେଳ ବାବାଜୀ ସାହୁ ମିଷ୍ଟାନ ଦୋକାନ ନୁହେଁ, ଆଖ ପାଖରେ ରାସ୍ତା କଡରେ ଥୀବା ଫାଷ୍ଟଫୁଡ ଦୋକାନ ଗୁଡିକ ରେ ମଧ୍ୟ ଚଢ଼ାଉ ଜାରି କରିଥିଲେ, ସେଠି ଅନେକ ଅନୁପଯୋଗୀ ବ୍ୟବହାର ଖାଦ୍ୟ ଜବତ କରିବା ସହିତ ନଷ୍ଟ କରାଯାଇଛି, ଆଉ ସେହି ଦୋକାନ ଗୁଡିକ ବିନା ଫୁଡ ସେଫଟି ଲାଇସେନ୍ସ ରେ ଚାଲୁଥିବାରୁ ଅଧିକାରୀ ସେମାନଙ୍କୁ ତାଗିଦ କରିବା ସହିତ ତୁରନ୍ତ ଲାଇସେନ୍ସ ଆବେଦନ କରିବାକୁ କହିଥିଲେ ଅପରପକ୍ଷରେ କାକଟପୁର ମା ମଙ୍ଗଳା ମନ୍ଦିର ରାତିପାଇଲେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରନ୍ଧାଳୁ ବୁଲିଆସୁଛନ୍ତି ମା ମଙ୍ଗଳା ଦର୍ଶନ ପରେ କୋଣାର୍କ ଓ ପୁରୀ ବୁଲି ଯାଉଛନ୍ତି। ହେଲେ କାକଟପୁର ରେ ଏପରି କୁଖାଦ୍ୟ ବିକ୍ରି ମାଲାମାଲ ହେଉଛନ୍ତି। ବେବସାୟୀ ତେଣୁ ବର୍ତ୍ତମାନ ପାର୍ବଣ ଚାଲିଥିବା ବେଳେ ଏପରି ଚଢାଉକୁ କାକଟପୁର ବାସିନ୍ଦା ବହୁତ ଖୁସି ଥିବା ଦେଖିବାକୁ ମିଳିଛି।