ବାଲି ବୋଝେଇ ଟ୍ରକ ଡ୍ରାଇଭରକୁ ବଞ୍ଚାଇବାକୁ ଯାଇ ଜଣଙ୍କର ମୃତ୍ୟୁ

ପୁରୀ ଜିଲ୍ଲା ଗୋପ ବ୍ଳକ କୁଆଁପଡା ପଞ୍ଚାୟତ ଓରୁଆଳି ଗାଁ ରୁ ଆସିଛି ଏକ ଛାତି ଥରା ଭଳି ଦୁଖଃଦ ଘଟଣା। ବାଲି ବୋଝେଇ ଟ୍ରକ ଡାଇଭର କୁ ବଞ୍ଚାଇବାକୁ ଯାଇ କୁଆଁପଡା ପଞ୍ଚାୟତ ର ଓରୁଆଳି ଗାଁ ର ବିପ୍ରବର ପ୍ରଧାନ (୪୫) ମୃତ୍ୟୁ ବରଣ କରିଛନ୍ତି। ସୂଚନା ଥାଉକି ରାସ୍ତା ନିର୍ମାଣ ପାଇଁ ଆସିଥିବା ବାଲି ବୋଝେଇ ଟ୍ରକ ଡାଲା ଟେକି ବାଲି ଢାଲିବା ବେଳେ ୧୧ କେବି ବିଦ୍ୟୁତ୍ ତାର ରେ ଲାଗିଥିଲା। ସେହି ବାଟ ଦେଇ ଘରକୁ ଫେରୁଥିଲେ ବିପ୍ରବର ପ୍ରଧାନ ନଜର ଵିଦୁତ ତାର ଉପରେ ପଡିଥିଲା।କାଳେ ବିଦୁତ ଲାଗି ଡ୍ରାଇଭର ଜଣଙ୍କର କିଛି କ୍ଷତି ହୋଇଯିବ ସେ ତୁରନ୍ତ ଟ୍ରକକୁ ହାତରେ ବାଡେଇ ଥିଲେ । ଫଳରେ ଟ୍ରକରେ ଲାଗିଥିବା ବିଦୁତ ଦ୍ବାରା ତାଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଟ୍ରକରୁ ଡ୍ରାଇଭର ଡେଇପଡି ନିଜକୁ ବଞ୍ଚାଇ ପାରିଥିବା ଜଣାପଡିଛି। ଡ୍ରାଇଭରକୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇଲେ ବିପ୍ରବର ପ୍ରଧାନ। ଗୋପ ପୋଲିସ ଘଟଣା ସ୍ଥାନରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛନ୍ତି। ପରିବାର ପକ୍ଷରୁ ବିଦ୍ୟୁତ୍ ବିଭାଗକୁ କ୍ଷତି ପୂରଣ ପାଇଁ ଦାବି ହୋଇଛି