କୋରୋକୁଣ୍ଡ| ବ୍ଲକ ରେ ସାଇବର ସୁରକ୍ଷା ଅଭିଯାନ -୨୦୨୩ ସଙ୍ଗଠିତ

ମାଲକାନଗିରି,୧୫/୧୦,
ଅଧୁନlନ୍ତନ ଆଧୁନିକ ସମାଜରେ ବର୍ଧିଷ୍ଟନୁ ସାଇବର ଅପରାଧ କୁ ଦୃଷ୍ଟିରେ ରଖି,ସେ ସଂମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୋଲିସ ପ୍ରଶାସନ ପକ୍ଷରୁ କୋରୋକୁଣ୍ଡl ଠାରେ ସ୍ବାମୀ ଶିବାନନ୍ଦ ବିଦ୍ୟାଳୟ/ମାହା ବିଦ୍ୟାଳୟ ର ଶତାଧିକ ଛାତ୍ର- ଛାତ୍ରୀ , ଶିକ୍ଷକ- ଶିକ୍ଷୟିତ୍ରୀ, ଅଧ୍ୟାପକ/ଅଧ୍ୟାପିକା ତଥା କର୍ମୀ ମାନଙ୍କ ସହଯୋଗିତା ରେ ଏକ ବିଶାଳ ରାଲି ଅୟୋଜନ କରାଯାଇଥିଲା l ଏଥିପାଇଁ ଏକ ସୁଦୃଶ୍ୟ ସାଇବର ସୁରକ୍ଷା ରଥ ପ୍ରସ୍ତୁତ କରା ଯାଇଥିବା ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ବିଭିନ୍ନ ସ୍ଲୋଗାନ ଦିଆଯାଇ ନଗର ପରିକ୍ରମା କରିଥିଲେ ନିଜେ, ଶ୍ରୀଯୁକ୍ତ ଦିନେଶ ନାୟକ,(ଡି ଏସ୍ ପି ), ସଚିନ ପଟେଲ (ଏସ ଡି ପି ଓ ),ଚନ୍ଦ୍ରକାନ୍ତ ତାଣ୍ଡି (ଓଆଇସି), ପ୍ରଶାନ୍ତ କୁମାର ସାବତ (ଏସ ଆଇ ), ନୀଳାଚଳ
ଶବର ,ପି କେ ଖିଲ (ଏ ଏସ ଆଇ ) ଓ ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କାନ୍ତ ବେହେରା । ରାଲି ରୁ ଫେରି ଛାତ୍ର ଛାତ୍ରୀ
ମାନଙ୍କୁ ସାଇବର ଅପରାଧ ର କାରଣ ଓ ନିଦାନ ସଂମ୍ପର୍କରେ ସବିଶେଷ ତଥ୍ଯ ଭିତ୍ତିକ ବକ୍ତବ୍ୟ ଦିଆଯାଇ କୁଇଜ୍
ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା lବିଳମ୍ବିତ ସନ୍ଧ୍ୟାରେ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା
କରିଥିଲେ ଶ୍ରୀଯୁକ୍ତ ବିଶ୍ୱଜିତ୍ ପାଙ୍ଗି , ଯେଉଁଥିରେ ପୋଲିସ୍ ପ୍ରସନ ତରଫରୁ ବହୁ ପୁରସ୍କାର ଓ ପ୍ରମାଣପତ୍ର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରା ଯାଇଥିଲା l ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଏହିଭଳି କାର୍ଯ୍ୟକ୍ରମ କୁ ଭୁରି ଭୁରି ପ୍ରଶଂସା କରାଯାଇ ଥିଲା

Leave a Reply

Your email address will not be published. Required fields are marked *