ସରକାରୀ ଜମିକୁ ମାଡ଼ି ବସିଲେ ସରକାରୀ କର୍ମଚାରୀ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ କ୍ରମାଗତ ଭାବେ ସରକାରୀ ଜମି ଲୁଣ୍ଠନ ଚାଲିଥିବା ବେଳେ ପୁଣି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି l ବାଲିଗୁଡ଼ା ନୁଆସହି ସ୍ଥିତ ପାଟ୍ଟଖଣ୍ଡା ଉଚ୍ଚ ପୀଠ ର ପ୍ଲଟ ନମ୍ବର 2015/17 । ଖାତା ନମ୍ବର 769/740 ରେ ଥିବା ଜମିକୁ ଜଣେ ଅବସପ୍ରାପ୍ତ ଶିକ୍ଷକ ଜବର ଦଖଲ କରି କୋଠା ନିର୍ମାଣ କରିଥିବା ଅଭିଯୋଗ ହୋଇଛି lବିଦ୍ୟାଳୟ ଜମିକୁ କିଛି ଲୋକ ଅକ୍ତିଆର ଅଭିଯୋଗ ପରେ ପ୍ରଶାସନ ଜମି ଉଛେଦ ପ୍ରକ୍ରିୟା ଆରମ୍ଭ କରି ଥିଲା ଏଵଂ ଜବର ଦଖଲ ହୋଇଥିବା ସ୍କୁଲ୍ ଜମିରୁ ଚିହ୍ନଟ କରିବା ପରେ ଫାଇବ ଟି ସ୍କୁଲ୍ ନିର୍ମାଣ କାର୍ଯ୍ୟ ହୋଇଥିଲା କିନ୍ତୁ ଏବେବି କିଛି ଜମିକୁ ସରକାରୀ କର୍ମଚାରୀ କର୍ମଚାରି ତଥା ଅବସର ପ୍ରାପ୍ତ ଶିକ୍ଷକ ଅକ୍ତିଆର କରିଥିବା ଅଭିଯୋଗ କରିଛନ୍ତି ବିଦ୍ୟାଳୟର ପ୍ରଧାଶିକ୍ଷୟତ୍ରୀ ମାମି କୁମାରୀ ନାହାକ ଓ ସମାଜ ସେବୀ ସୁକଦେବ ନାୟକ lପିଲାଙ୍କ ପାଇଁ ସ୍କୁଲ୍ ରେ ଖେଳ ପଡିଆ ପାର୍କ ନିର୍ମାଣ କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି l ସ୍କୁଲ ଜମି ଉଛେଦ ବେଳେ କାହିଁକି ଜଣେ ସରକାରୀ କର୍ମଚାରୀ ଙ୍କ ଘର ଉଚ୍ଛେଦ ହେଲାନାହି ବୋଲି ନାନା ପ୍ରଶ୍ନ ଉଠୁଛି l କାହା ସ୍ୱାର୍ଥରେ କାହା ଚାପରେ ଉଚ୍ଛେଦ ପ୍ରକ୍ରିୟା ତତ୍କାଳୀନ ତହସିଲଦାର ଅଧାରେ ରଖିଲେ ବୋଲି ସମାଜସେବୀ ଶୁକଦେବ ନାୟକ ଜଗନ୍ନାଥ୍ ବିଷୋୟୀ ପ୍ରମୁଖ ପ୍ରଶ୍ନ କରିଛନ୍ତି ଏଵଂ ରାଜସ୍ବ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଜବର ଦଖଲ ହଟାଇ ସ୍କୁଲ୍ ଜମିକୁ ଫେରାଇ ଆଣିବାକୁ ବିଭିନ୍ନ ମହଲ ରେ ଦାବୀ ହୋଇଛି l