ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ।ପୁରୀ ୧୬/୧୦ ଆମ ରାଜ୍ୟ ଏକ କୃଷି ପ୍ରଧାନ ରାଜ୍ୟ।କୃଷକ ମାନେ ଭିନ୍ନ ଭିନ୍ନ ଚାଷ କରି ସ୍ୱାବଲମ୍ବୀ ହେବା ସହ ଆର୍ଥିକ ଉନ୍ନତି ମଧ୍ୟ କରୁଛନ୍ତି।ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ ଓ ସଚେତନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ପରାମର୍ଶ ଦେଇଛନ୍ତି।ଆଜି ଅପରାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆଗାମୀ ନଭେମ୍ବର ୨୧ ଓ ୨୨ ତାରିଖରେ ମେଳା ଆୟୋଜନ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଅଧ୍ୟକ୍ଷତା କରିବା ସହ ଏହାର ସୁବିଧା ଯେପରି ଚାଷୀ ମାନେ ପାଇବେ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ବିଭିନ୍ନ ବିଭାଗ ର ସହଯୋଗ ନେବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ରଞ୍ଜନ ରାଉତ ବିସ୍ତୃତ ସୂଚନା ଦେଇ ନଭେମ୍ବର ୨୧ ଓ ୨୨ ତାରିଖରେ ଶରଧାବାଲି ଠାରେ ଏହି ମେଳା ଅନୁଷ୍ଠିତ ହେବ।ଏଥିରେ ୨୫ ଟି ଷ୍ଟଲ ମାଧ୍ୟମରେ ବିଭିନ୍ନ ପ୍ରଦର୍ଶନୀ ସହ ଆଲୋଚନା ବୈଠକ,ଦୈନିକ ୭୦୦ ଚାଷୀ ମାନଙ୍କ ସହ ସେମାନଙ୍କ ଚାଷର ବିକାଶ ପାଇଁ ଆଲୋଚନା, ସାସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ।କାର୍ଯ୍ୟକ୍ରମ ରେ ସିଡିଭିଓ ଶରତ କୁମାର ବେହେରା, ଡିଆଇସି ପୁରୀ ଅମୂଲ୍ୟ ପଣ୍ଡା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ ଏଡିଭିଓ ଜଗବନ୍ଧୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।